pakka

ବାଇକ ଡ଼ିକିରୁ ଏକ ଲକ୍ଷ ପଚିଶ ହଜାର ଟଙ୍କା ଲୁଟ୍‌ ଅଭିଯୋଗ, ତଦନ୍ତ କରୁଛି ପାଟଣାଗଡ଼ ପୋଲିସ

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ରାମପୁର ବ୍ରିଜ ନିକଟରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ସ୍କୁଟି ଡ଼ିକିରୁ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟ ହୋଇଥିବା ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଆଜି ଏଗାର ଟା ବେଳେ ବାଘମୁଣ୍ଡ ଗ୍ରାମର ଧାନ ବ୍ୟବସାୟୀ କେଚକେଚା ସାହୁ ରାମପୁର ସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଏକ ଲକ୍ଷ ପଚିଶ ହଜାର ଟଙ୍କା ବାହାର କରି ସ୍କୁଟିରେ ପାଟଣାଗଡ଼ ଫେରୁଥିଲେ । ବ୍ରିଜ ନିକଟରେ ଥିବା ବିଦେଶୀ ମଦ ଦୋକାନ ସାମ୍ନାରେ ସ୍କୁଟି ରଖି କିଛି କିଣିବାକୁ ଦୋକାନକୁ ଯାଇଥିବା ସମୟରେ ତିନି ଜଣ ଦୁର୍ବୃର୍ତ୍ତ ପଲସର ବାଇକରେ ଆସି ଡ଼ିକି ଖୋଲି ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଲୁଟେରାମାନେ ଏତେ ଶୀଘ୍ର ସ୍କୁଟିରୁ ଟଙ୍କା ନେଇ ଫେରାର ମାରିଥିଲେ ଯେ, କେହି ମଧ୍ୟ ସେମାନଙ୍କୁ କାବୁ କରିପାରିନଥିଲେ । ଶେଷରେ କେଚକେଚା ସାହୁ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପାଟଣାଗଡ଼ ଥାନା କେସ ନଂ ୧୪/୨୦୨୪ରେ ଏକ ମାମଲା ଋଜୁ ହୋଇଥିବା ବେଳେ ସିସିଟିଭି ଆଧାରରେ ଦୁର୍ବୃର୍ତ୍ତମାନଙ୍କୁ ପୋଲିସ ଖୋଜୁଥିବା ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

4 × 4 =