csstore

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇକକେନ୍ଦୁମୁଣ୍ଡିର ବାର୍ଷିକ ଉତ୍ସବ ସମ୍ପନ୍ନ

ଜୟପାଟଣା, (ଶେଷଦେବ ବେହେରା) : ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ପାଇକକେନ୍ଦୁମୁଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା କ୍ରୀଡା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବର ସମାପନ ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଟିକେଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ବରିଷ୍ଠ ପତ୍ରକାର ତଥା ସମାଜସେବୀ ବାଗ୍ନୀ ଶେଷଦେବ ବେହେରା, ସମ୍ମାନିତ ଅତିଥି ଭାବେ ଦୁର୍ଯ୍ୟୋଧନ ବାଣୁଆ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ମୁଖିଗୁଡା ଯୋଗଦାନ କରିଥିଲେ । ବିଦ୍ୟାଳୟର ସଭାପତି କୁମୁଦ ଚନ୍ଦ୍ର ମାଝୀ ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତି ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ଠାକୁର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ମହାନ୍ତିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅନେକ ନୃତ୍ୟ ଗୀତର ଆୟୋଜନ କରାଯାଇଥିଲା । ଶିକ୍ଷକ ଶ୍ରୀରାମ ଠାକୁର, ସ୍ମୃତିରଞ୍ଜନ ମଲ୍ଲ ମଞ୍ଚ ପରିଚାଳନା କରିଥିବା ବେଳେ ଧର୍ମେନ୍ଦ୍ର କର ପ୍ରାରମ୍ଭରେ ବେଦମନ୍ତ୍ର ପାଠ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଚମାର ସେଠି, ହରି ମାଝୀ, ଶ୍ରୀମତୀ ପ୍ରତିମା ବାରିକ ଅତିଥି ଅଭ୍ୟାଗତମାନଙ୍କ ସତ୍କାର କରିବା ବେଳେ ଶ୍ରୀମତୀ ସନ୍ଧ୍ୟାରାଣୀ ସାହୁ ତଥା ସୁଶ୍ରୀ ଦୀପା ଶର୍ମା ନୃତ୍ୟ ଓ ପୁରସ୍କାର ସମ୍ବନ୍ଧୀୟ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଦମ୍ୟ ଇଚ୍ଛା ଶକ୍ତି ଓ ଦୃଢ ମନୋବଳ, ପରିଚାଳନା ସମିତି କର୍ମକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଶୁଭେଚ୍ଛୁ ଓ ଅଞ୍ଚଳବାସୀ ତଥା ଅଭିଭାବକ, ଅଭିଭାବିକା ଓ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ସହଯୋଗରେ ୨୮ ଘଣ୍ଟା ମଧ୍ୟରେ ଉତ୍ସବର ଯୋଜନା ହୋଇ ସଫଳ କ୍ରିୟାନ୍ଵୟନ ଶୃଙ୍ଖଳିତ ବ୍ୟବସ୍ଥିତ ଓ ଆଶ୍ଚର୍ଯ୍ୟଜନକ ଭାବରେ ଅନୁଷ୍ଠିତ ହୋଇ ସମସ୍ତଙ୍କୁ ଆନନ୍ଦ ପ୍ରଦାନ ତଥା ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶରେ ସହାୟକ ହୋଇ ବିଦ୍ୟାଳୟର ଗୌରବ ବୃଦ୍ଧି କରିଥିଲା ।

jayashree
Leave A Reply

Your email address will not be published.