pakka

ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର : ୫ଟି ଅଧ୍ୟକ୍ଷ

bbehera

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା ) : ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି କହିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ଭବାନୀପାଟଣାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ବିମାନ ଯୋଗେ ଆସି ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପେଡ଼ରେ ଅବତରଣ କରିଥିଲେ । ସେଠାରୁ ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟ ପଡିଆଠାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାମାନ ପ୍ରଣୟନ କରିବା ସହ କଳାହାଣ୍ଡି ଜିଲ୍ଲାର ଯୁବକ ଯୁବତୀମାନଙ୍କ ଶିକ୍ଷା ସମେତ କ୍ରୀଡା ଓ ସାଂସ୍କୃତିକ ବିକାଶ ଲାଗି ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଥିବା କହିଥିଲେ । କଳାହାଣ୍ଡି ଯୁବକ ଯୁବତୀମାନଙ୍କର ଶିକ୍ଷା, କ୍ରୀଡା, ସାଂସ୍କୃତିକ ବିକାଶ ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏକ ସଶକ୍ତ ସୁସ୍ଥ କଳାହାଣ୍ଡି ଗଠନରେ ଯୁବବର୍ଗଙ୍କ ସହଭାଗିତାକୁ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ । ଯୁବ ସମୟ ଜୀବନର ସ୍ୱର୍ଣ୍ଣିମ ସମୟ । ଏହି ସମୟକୁ ସଦୁପଯୋଗ କରିବା ନିହାତି ଆବଶ୍ୟକ । ଯୁବବର୍ଗ କେବଳ ପାଠରେ ନୁହେଁ ସବୁ କ୍ଷେତ୍ରରେ ପାରଙ୍ଗମ ହେବା ଦରକାର । ନୂଆ-ଓ ଯୁବବର୍ଗଙ୍କୁ ପ୍ଳାଟଫର୍ମ ଦେବା ସହ ସାମୂହିକ ବିକାଶ ଦିଗରେ ସାହାଯ୍ୟ ହେବ ବୋଲି ସେ କହିଥିଲେ । ସେହିପରି ଏହି ଉତ୍ସବରେ ବିଭିନ୍ନ ରାଜ୍ୟସ୍ତରୀୟ କଳାକାରମାନଙ୍କ ଦ୍ୱାରା, ସଙ୍ଗୀତ, ନୃତ୍ୟ ଆଦି କଳା ପରିବେଷଣ କରାଯାଇଥିଲା । ଯାହାକୁ ଉପସ୍ଥିତ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପଭୋଗ କରିଥିଲେ । ପରେ ସେଠାରୁ ଭବାନୀପାଟଣା ଉପକଣ୍ଠରେ ଥିବା ଶ୍ରୀକୃଷ୍ଣ ନଗରଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ଆପଣମାନେ କେନ୍ତା ଅଛନ୍ତି, ଭଲ ଅଛନ୍ତି ବୋଲି କଳାହାଣ୍ଡିଆ ଭାଷାରେ ବକ୍ତବ୍ୟ ଆରମ୍ଭକରି ଲୋକଙ୍କ ପାଖକୁ ଯାଇ ସେମାନଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଗତ ମେ ମାସରେ କଳାହାଣ୍ଡି ଗସ୍ତ ସମୟରେ ଆସି ସେ ଗ୍ରହଣ କରିଥିବା ୨୦୦୦ ଦରଖାସ୍ତରୁ ୧୮୦୦ ସମାଧାନ ହୋଇଛି । ୭ ମାସ ଭିତରେ ଜିଲ୍ଲାକୁ ୫୭୦ କୋଟି ଟଙ୍କା ମିଳିଥିବା କହିଥିବା ବେଳେ କଲେଜମାନଙ୍କର ରୂପାନ୍ତରିକରଣ ପାଇଁ ୨୭ କୋଟି ଓ ଜିଲ୍ଲାର ବିଭିନ୍ନ ମନ୍ଦିର, ଅନେକ ରାସ୍ତା, ପୋଲ ଓ ବିଭିନ୍ନ ପର୍ଯ୍ୟଟନସ୍ଥଳିର ସୌନ୍ଦର୍ଯ୍ୟି କରଣ ପାଇଁ ଅନୁଦାନ ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ । ସେହିପରି ମନ୍ଦିର, ମସ୍‌ଜିଦ୍‌ କମ୍ୟୁନିଟି ସେଣ୍ଟରମାନଙ୍କର ବିକାଶ ପାଇଁ ଆସନ୍ତା ୨୨ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ପ୍ରକାଶ କରିଥିଲେ । ନିକଟରେ ୫୭୦ କୋଟି ଟଙ୍କା ଅନୁମୋଦନ ହୋଇଛି । ଅଲେଖ ମହିମା ପାଇଁ କାମ କରାଯିବ ବୋଲି ଅଧକ୍ଷ ଭି. କେ. ପାଣ୍ଡିଆନ ପ୍ରକାଶ କରିଥିଲେ । ଲକ୍ଷ୍ମୀ ଯୋଜନା କେମିତି ଚାଲିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିକୁ ବେଶୀ ଭଲ ପାଆନ୍ତି । ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ଜିଲ୍ଲାରେ ଆର୍‌ ମେଡିକାଲ କଲେଜ ଓ ଇଞ୍ଜିନିୟରିଙ୍ଗ୍ କଲେଜ ନିର୍ମାଣ କରାଯାଇଥିବା ବେଳେ ଜଳସେଚନ ପାଇଁ ସୁବ୍ୟବସ୍ଥା କରାଯାଇଛି । କୃଷିକ୍ଷେତ୍ରରେ ଜିଲ୍ଲା ଆଗକୁ ବଢିଛି । ବିନା ରାସନକାର୍ଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକରଣ କରି ଗ୍ରାମାଞ୍ଚଳର ଲୋକେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଅନୁରୋଧ କରିଥିଲେ । ମାର୍ଚ୍ଚ ସୁଦ୍ଧା ପ୍ରତି ପଞ୍ଚାୟତରେ ବ୍ୟାଙ୍କସେବା ମିଳିବ । ଏହି ସରକାର ଆପଣମାନଙ୍କ ସରକାର, ଆପଣମାନେ ଯାହା ଚାହିଁବେ ତାହା ହେବ । ତେଣୁ ଆପଣମାନେ ନବୀନ ସରକାରକୁ କେତେ ଭଲ ପାଆନ୍ତି ତାହା ଆଗାମୀ ଦିନରେ ଜଣା ପଡିବ ବୋଲି କହିଥିଲେ ।

jay balangir
Leave A Reply

Your email address will not be published.

twenty − eight =