csstore

ରେଂଜ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ରେଂଜ ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ଓ ମିଶନ ଶକ୍ତି ଗୃହକୁ ଶୁକ୍ରବାର ଅପରାହ୍ନରେ ନବନିର୍ବାଚିତ ବିଧାୟକଙ୍କ ରୁଦ୍ର ପ୍ରତାପ ମହାରଥୀ ଲୋକାର୍ପଣ କରିଛନ୍ତି । ଏହି ଉତ୍ସବରେ ସ୍ଥାନୀୟ ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୈରାଗୀ ଜେନା, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି କବୀନ୍ଦ୍ର ବଳବନ୍ତରାୟ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସ୍ଥାନୀୟ ସରପଞ୍ଚ ପ୍ରତିମା ମଲ୍ଳିକ, ସମିତି ସଭ୍ୟା ପ୍ରସାଦୀନୀ ଦୟଣା, ଆତ୍ମାର ଅଧ୍ୟକ୍ଷ ସୁଧାକର ମାର୍ଥା, ରେଂଜ ମହିଳା ମହାସଂଘର ସଭାପତି କବିତା ଜେନା ପ୍ରମୁଖ ଉପସ୍ଥିତ ରହି ଲୋକାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ଜେନା, ବାଳକୃଷ୍ଣ ଜେନା ୱାର୍ଡ ସଭ୍ୟ/ସଭ୍ୟା, ଦଳୀୟ କର୍ମୀ, ନେତୃବୃନ୍ଦ ସମେତ ବହୁ ସଂଖ୍ୟାରେ ମହିଳା ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.