om academy

ବିନ୍ଧାପାଲି ଆଞ୍ଚଳିକ ଧନୁଯାତ୍ରାର ୭ମ ଦିନରେ ଅତିଥି ସମାଗମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

jsm

ଆଗଲପୁର, (ପୁସ୍ତମ ଯୁଆଡି) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବିନ୍ଧାପାଲି ଖେଳ ପଡିଆଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାରାଜା କଂସଙ୍କ ରାଜୁତି ସହିତ ସାସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକମାନେ ବେଶ ମଜା ନେଉଛନ୍ତି । କଂସ ଦରବାରରେ ଆମନ୍ତ୍ରିତ ଅତିଥି ଲୋଇସିଂହା ଲୋକପ୍ରିୟ ବିଧାୟକ ମୁକେଶ ମହାଳିଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦାନ କରିବା ସହିତ ପ୍ରତିଶ୍ରୁତି ମୁତାବକ କଂସ ମଣ୍ଡପ ତିଆରି ସାରିଥିବା ବେଳେ ଛାତ କାମ ମଧ୍ୟ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଗଲପୁର ଭାରତୀୟ ଜନତା ଦଳ ତରଫରୁ ଧନୁଯାତ୍ରା କମିଟିର ସଭାପତି ତ୍ରିନାଥ ଭୋଇ, ସମ୍ପାଦକ ପବିତ୍ର ସାହୁ, କୋଷାଧ୍ୟକ୍ଷ ବାଳଗୋପାଳ ସାହୁଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଆଗଲପୁର ବିଜେପି ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପଟେଲ, ଯୁବନେତା ସମୀର ରଞ୍ଜନ ସିଂଦେଓ, ଭରସୁଜା ପଞ୍ଚାୟତ ପ୍ରମୁଖ ହିମାଂଶୁ ସାହୁ, ଆଗଲପୁର ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ମେହେର ଉପସ୍ଥିତ ଥିଲେ । ମହାରାଜା କଂସଙ୍କ ନିର୍ଦ୍ଦେଶରେ ରାଜ ଅତିଥିମାନଙ୍କୁ ଲଳିତ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.