ଲଜ୍ଜ୍ୟା : ଅସୁରଙ୍କ ପଂଝାରେ କୁନିଝିଅ : କଙ୍କଡ଼ାହାଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ୫ ଅଟକ

ଢେଙ୍କାନାଳ : ପୁଣି ଏକ ଲଜ୍ଜ୍ୟାକର ଘଟଣାରେ ଅସୁରଙ୍କ ପଂଝାରେ ଜଣେ କୁନିଝିଅ ପ୍ରତି ପାଶବିକ ଅତ୍ୟାଚାରର ଶିକାର ହେବା ସହ ପ୍ରାଣ ହରାଇଛି । ଏହି ଘଟଣା ଢେଙ୍କାନାଳ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଗତ ୧୨ ତାରିଖ ସନ୍ଧ୍ୟାରେ କଙ୍କଡାହାଡ ଥାନା ଖରଖରି ଗାଁର ଜଣେ ୫ ବର୍ଷ ନାବାଳିକା ନିଖୋଜ ହୋଇଯାଇଥିଲେ । ଘର ଲୋକ ସାରା ରାତି ଖୋଜାଖୋଜି କରି ନାବାଳିକାଙ୍କୁ ପାଇନଥିଲେ । ୧୩ ତାରିଖ ସକାଳୁ ତାଙ୍କ ମୃତଦେହ ସ୍ଥାନୀୟ ହାଟ ପଡିଆ ପଛପଟ ଜଙ୍ଗଲରେ ପଡିଥିବା ଦେଖିବାକୁ ମିଳିଥିଲା । ଅଭିଯୁକ୍ତମାନେ ଅମାନୁଷିକ ଭାବେ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ଶିଶୁ କନ୍ୟାକୁ ହତ୍ୟା କରିଥିବା ନେଇ କଙ୍କଡାହାଡ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.