ରାତି ସାରା ପ୍ରଚୁର ଶବ୍ଦ ପ୍ରଦୂଷଣ କଲା ଭଳି ବାଣ ଫୁଟା

ସମ୍ବଲପୁର, (ସମ୍ବଲପୁର) : ଦୀପାବଳୀ ବେଳେ ବାଣ ବିକ୍ରୀ ଓ ଫୁଟାଇବା ପାଇଁ ବାରଣ କରଯାଇଥିଲା ଓ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରଚାର କରାଯାଇଥିଲା । ଫଳତଃ ମୁଖ୍ୟ ରାସ୍ତାରେ ଅନ୍ୟ ବର୍ଷ ପରି ବାଣ ଫୁଟା ହୋଇ ନ ଥିଲା, ମାତ୍ର ସହରର ଗଳି କନ୍ଦିରେ ଓ ପଡାମାନଙ୍କରେ ଏହାର କିଛି ପ୍ରଭାବ ପଡି ନ ଥିଲା । ରାତି ସାରା ପ୍ରଚୁର ଶବ୍ଦ ପ୍ରଦୂଷଣ କଲା ଭଳି ବାଣ ଫୁଟା ଚାଲୁଥିଲା । ପ୍ରଶାସନର କଟକଣା ସତ୍ୱେ କଳାବଜାରରେ ଅଧିକା ଦରରେ ବାଣ ବିକ୍ରୀ ହୋଇଥିବା ଜଣାଯାଇଛି । ସହରରେ କଟକଣାକୁ ଉଲଂଘନ କରିଥିବା ଅଭିଯୋଗରେ କାହାରି ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ପୋଲିସ ସୂତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.