ମାନିଲେନି ଅମାନିଆଁ : ଜବର୍‌ଦସ୍ତ ବାଣଫୁଟାରେ ବାୟୁ ପ୍ରଦୁଷଣ, ଦିଲ୍ଲୀରେ ପ୍ରଦୂଷଣ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ଏନଜିଟିର ଆଦେଶ ଏବଂ ଦିଲ୍ଲୀ ସରକାରଙ୍କ ଅନୁରୋଧ ସତ୍ତେ୍ୱ ଦିଲ୍ଲୀବାସୀ ମାନିଲେନି । ଅମାନିଆଁଙ୍କ ଦ୍ୱାରା ଜବର୍‌ଦସ୍ତ ବାଣଫୁଟାରେ ଅସମ୍ଭାଳ ବାୟୁ ପ୍ରଦୂଷଣ ଦେଖାଦେଇଛି ଦିଲ୍ଲୀରେ । ପୂର୍ବରୁ ପ୍ରଦୂଷିତ ଥିବା ଦିଲ୍ଲୀର ବାୟୁ ଆହୁରି ପ୍ରଦୂଷିତ ହୋଇ ଗୁରୁତର ପର୍ଯ୍ୟାୟରେ ପହଂଚିଥିବା କୁହାଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ କମିଟି ଅନୁଯାୟୀ ଆନନ୍ଦ ବିହାରରେ ୪୮୧ ଏକ୍ୟୁଆଇ ରେକର୍ଡ କରାଯାଇଥିଲା । ସେହିଭଳି, ଆଇଜିଆଇ ବିମାନବନ୍ଦରରେ ୪୪୪ ଏକ୍ୟୁଆଇ ରେକର୍ଡ ହୋଇଥିବା ବେଳେ ଆଇଟିଓରେ ୪୫୭ ଓ ଲୋଧି ରୋଡରେ ୪୧୪ ରେକର୍ଡ କରାଯାଇଛି ।

Leave A Reply

Your email address will not be published.