କେନ୍ଦୁପତ୍ର ଦର ବୃଦ୍ଧି ଏବଂ କେନ୍ଦୁପତ୍ର ଶ୍ରମିକମାନଙ୍କୁ ବୋନସ ଘୋଷଣା କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲା ଓଡ଼ିଶାର କେନ୍ଦୁପତ୍ର କର୍ମଚାରୀ ସଂଘ

csstore

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ କେବିନେଟ୍ ମିଟିଙ୍ଗରେ ଓଡ଼ିଶା ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ ନିଷ୍ପତି ନେଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ କୃତଜ୍ଞତା ଜ୍ଞାପନ କରିଛି । ଦୀର୍ଘ ଦିନ ଧରି କେନ୍ଦୁପତ୍ର ଦରବୃଦ୍ଧି, ଶ୍ରମିକଙ୍କ ବୋନସ ପ୍ରଦାନ, ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି, ସିଜିନାଲ କର୍ମଚାରୀଙ୍କ ଅବସର ବୟସସୀମା ୬୨ ବର୍ଷରୁ ୬୫ ବର୍ଷ କରିବା ଆଦି ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଥିଲା । ବିଜୁ ଜନତାଦଳର ସରକାର ଓଡ଼ିଶା କେନ୍ଦୁପତ୍ର ଶ୍ରମିକମାନଙ୍କୁ ବାରମ୍ବାର ଧୋକା ଦେବା ପରେ ବର୍ତ୍ତମାନ ଓଡ଼ିଶାର ମୋହନ ଚରଣ ମାଝୀଙ୍କ ସରକାର କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ ନେଇଛି ବୋଲି ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ପ୍ରକାଶ କରିଛନ୍ତି । କେନ୍ଦୁପତ୍ର କେରି ପ୍ରତି ୧୦ ପଇସା ବୃଦ୍ଧି ଓ ଫାଲ କେରି ପ୍ରତି ୨୦ ପଇସା ବୃଦ୍ଧି ସହ କେନ୍ଦୁପତ୍ର ତୋଳାଳିମାନଙ୍କୁ ୨୫% ଓ ବନ୍ଧେଇ ସିଜିନାଲ କର୍ମଚାରୀମାନଙ୍କ ପାଇଁ ୫% ବୋନସ ବୃଦ୍ଧି ଯୋଗୁଁ ଓଡ଼ିଶାର ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକ ଲାଭବାନ ହେବେ । ବିଶେଷ କରି ଗ୍ରାମାଞ୍ଚଳର ଆଦିବାସୀ, ଦଳିତ ପରିବାରର ଲୋକେ ବିଶେଷ ଲାଭ ପାଇବେ । ଓଡ଼ିଶା କେନ୍ଦୁପତ୍ର ଶ୍ରମିକମାନଙ୍କର ଆଉ କେତେକ ପ୍ରମୁଖ ଦାବୀ ଉପରେ ମଧ୍ୟ ଓଡ଼ିଶା ସରକାର ବିଚାର ବିମର୍ଷ କରୁଥିବା କଥା ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନେତା ଯଦୁମଣି ପାଣିଗ୍ରାହୀ, କରିଣ ସିଂ ଦେଓ, କୋକିଳ ସାହୁ, ପିଣ୍ଟୁ ତ୍ରିପାଠୀ, ଲାଲୁ ଖାଁ, ସୁରେଶ ପଣ୍ତା, ଅନାଦି ସାହୁ, ବିନୋଦ ଜେନା, ଶ୍ରୀକାନ୍ତ ମିଶ୍ର, ଚିରାକ୍ ସିଂଦେଓ, ରୁଷଭ ପ୍ରଧାନ, ମହେନ୍ଦ୍ର ପ୍ରଧାନ, ଚୁଡାମଣି ପାଣିଗ୍ରାହୀ, ଚକାମନ ପ୍ରଧାନ ଏବଂ ଅନେକ ନେତା ଓଡ଼ିଶା ସରକାରର ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.