om academy

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପାଇକମାଲ ନାଗରିକ କମିଟି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନାଗରିକ କମିଟିର ଏକ ଜରୁରୀ ବୈଠକ ନୃସିଂହନାଥ ଧର୍ମଶାଳା ପରିସରରେ ମନୋଜ କୁମାର ତ୍ରିବେଦୀଙ୍କ ସଭାପତିତ୍ୱରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ପାଇକମାଲ ନାଗରିକ କମିଟି, ବଣିକ ସଙ୍ଘ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସଭା ଆରମ୍ଭରୁ ସ୍ୱର୍ଗତ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅକାଳ ବିୟୋଗରେ ତାଙ୍କ ପରିବାରଙ୍କୁ ସାନ୍ତନା ଦେବା ସହ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାଥନା କରାଯାଇଥିଲା । ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କରାଯିବା ପାଇଁ ସ୍ୱିକାରୁକ୍ତି ମିଳିଥିବାରୁ ରାଜ୍ୟ ସରକାରଙ୍କର ଏହି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ତଥା ସ୍ୱର୍ଗତ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୋଟିଏ ଦାବୀ ପୁରଣ ହୋଇଥିଲେ ମଧ୍ୟ ୧୩୨କେଭି ଗ୍ରୀଡ ଓ ପାଇକମାଲକୁ ଏନ୍‌ଏସି ଭାବେ ମୁଖ୍ୟମନ୍ତ୍ରୀ ଶୀଘ୍ର ଘୋଷଣା କରିବେ ବୋଲି ପାଇକମାଲବାସୀ ଆଶା ରଖିଛନ୍ତି । ସଭାରେ ବିନୋଦ କାଲିଆ, ଜଗମୋହନ ତ୍ରିବେଦୀ, ଦିଲ୍ଲିପ ଅଗ୍ରୱାଲ, ବଡ ଶତପଥି, ଅନିଲ କାଲିଆ, ସନ୍ତୋଷ ପାଣିଗ୍ରାହୀ, ଯୁଗଳ ମେହେର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ରାଜ କିଶୋର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.