csstore

ଜିଲ୍ଲାସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଆଜି ଭବାନୀପାଟଣା ସ୍ଥିତ ଟାଉନ ହଲ୍‌ ଠାରେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରତାପ ଚନ୍ଦ୍ର ଦାସ ପରିଚାଳନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକ ସଭା ସାଂସଦ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାଏକ, ରମେଶ କୁମାର ପାଢ଼ୀ ଜିଲ୍ଲା କ୍ରୀଡା ଅଧିକାରୀ, ସତ୍ୟନାରାୟଣ ମୁଣ୍ଡଛୀନା, ମାଣିକେଶ୍ୱରୀ ମହାବିଦ୍ୟାଳୟ ପ୍ରିନ୍ସିପାଲ ଥୁଆମୂଳ ରାମପୁର, ଉମେଶ ଚନ୍ଦ୍ର ଶତପଥୀ, ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ପ୍ରିନ୍ସିପାଲ, ଆଶିଷ କୁମାର ଠାକୁର ଜିଲ୍ଲା ଯୁବ ଅଧିକାରୀ, ନୂଆପଡା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଉପସ୍ଥିତ ଥିବା ଲୋକଙ୍କ ଆଗରେ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କ୍ଲବ, ମହିଳା ମଣ୍ଡଳ, ସ୍କୁଲ, କଲେଜ, କଳାହାଣ୍ଡି ୟୁନିଭେର୍ସିଟି, ଏନସିସି, ଏନଏସଏସର ପ୍ରାୟ ୮୦୦ ସହ ସଦସ୍ୟମାନେ ଯୋଗଦାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର, କ୍ଲବ, ୫ଟି କ୍ଲବକୁ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା । ସେହିପରି ଧର୍ମଗଡ଼ ବ୍ଲକର କାଁକେରି ଗାଁରେ ଥିବା ମା’ ଡ଼ୁମେର ମୁଡେନ ଯୁବକ ସଙ୍ଘକୁ ଜିଲ୍ଲାର ଶ୍ରେଷ୍ଠ କ୍ଲବ ଭାବରେ ଟ୍ରଫି, ସାର୍ଟିଫିକେଟ, ଚେକ୍‌ ସହ ୨୫ ହଜାର ଟଙ୍କା ଅତିଥିମାନେ ପ୍ରଦାନ କରିଥିଲେ । ଶେଷରେ ରବି କାନୁନଗୋ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଲବରୁ ଆସିଥିବା ସ୍ୱେଚ୍ଛାସେବୀ, ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ସ୍ୱେଚ୍ଛାସେବୀ, ଏନସିସି, ଏନଏସଏସର ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.