ଖୋଲିବ ନନ୍ଦନ କାନନ ଏବଂ ଡିୟର ପାର୍କ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋରୋନା କଟକଣା ଭିତରେ ଖୋଲିବ ନନ୍ଦନ କାନନର ଚିଡ଼ିଆଖାନା ଏବଂ ଡିୟର ପାର୍କ । ବଡ଼ ଚିଡ଼ିଆଖାନାକୁ ପ୍ରାୟ ୧୫୦୦ ଏବଂ ଛୋଟ ଚିଡ଼ିଆଖାନକୁ ପ୍ରାୟ ୭୫୦ ପର୍ୟ୍ୟଟକଙ୍କୁ ଭିତରକୁ ଛଡାଯିବ । ରାଜ୍ୟ ବନ୍ୟପ୍ରାଣୀ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି । ପର୍ୟ୍ୟଟକମାନଙ୍କ ପାଇଁ ଅନଲାଇନରେ ଟିକେଟ ବ୍ୟବସ୍ଥା କରାଯାଇଛି । ବିନା ମାସ୍କରେ ଭିତରକୁ ଯିବା ମନା । ଥଣ୍ଡା କାଶ ଥିଲେ ପର୍ଯ୍ୟଟକଙ୍କୁ ଭିତରକୁ ଯିବା ପାଇଁ ମିଳିବନି ଅନୁମତି । ମୁଖ୍ୟ ପ୍ରବେଶ ପଥରେ ପ୍ରବେଶକଙ୍କ ପାଇଁ ଥର୍ମାଲ ସ୍କ୍ରୀନିଂ ବ୍ୟବସ୍ଥା ମଧ୍ୟ ରହିଛି ।

Leave A Reply

Your email address will not be published.