କୋରାନାରେ ଆଇଆଇସିଙ୍କ ମୃତ୍ୟୁ

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଟାଉନ ଥାନା ଆଇଆଇସି ପୀତବାସ ଧରୁଆ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେ କରୋନା ଦୀର୍ଘ ୨୦ ଦିନ ଧରି ଆକ୍ରାନ୍ତ ହେବା ପରେ କୋରାପୁଟରେ ଚିକିତ୍ସିତ ହେଉଥିଲେ । କିଛିଦିନ ତଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ଚାରଦିନ ତଳେ ସେ ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କାରଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । କୋରାପୁଟ ପୁଲିସ୍‌ ବିଭାଗ ଜଣେ ମହାନ୍‌ କୋରୋନା ଯୋଦ୍ଧାଙ୍କୁ ହରାଇଥିବା ବେଳେ ଏଥିପାଇଁ ପୁଲିସ ବିଭାଗ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ପୀତବାସ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ନିକଟସ୍ଥ ଶଙ୍କରଡା ଗାଁର ବୋଲି ଜଣାପଡିଛି ।

Leave A Reply

Your email address will not be published.