କବିତା : କାଠର୍‌ ଘୁଡ଼ା

ବିପିନ୍‌ ଆଚାର୍ଯ୍ୟ
ଏଥର୍‌ ବନେଇ ବସ୍‌
ମାଟିର୍‌ ବଲଦ୍‌ …. କାଠର୍‌ ଘୁଡ଼ା
ଦଦା –
ଚାଁଢେ଼ଁ ଅମ୍‌ରି ଯିବା ପୁରା ଉଆଁସ୍‌ ।

ଦେଖ୍‌ ଯେ –
ହରାଲି ଉଆଁସ୍‌ ଡେହେଁକି ଗଲାନ’
ସାତ୍‌ ଦିନ୍‌ ସାତ୍‌ ରାତର୍‌ ।
ମାଏଟ୍‌ ଚିଟ୍‌କିବୁ, ଗଢ଼୍‌ବୁ, ପୁଡ଼ାବୁ
ଛାଁଚ୍‌ ନୁ ପୁଛ୍‌ବୁ, ରଙ୍ଗାବୁ….
ଇଟା କାଣା ଘଡ଼୍‌କର୍‌ କାମ୍‌ -?
ବର୍ଷା ଦିନ୍‌ ପରେ ।

ଚିନ୍ତା କରୁଛୁ କାଏଁ- ?
ଆଏଜ୍‌ କାଏଲ୍‌ ଇଲେକ୍‌ଟ୍ରୋନିକ୍ସ ଖେଲୁଛନ୍‌
ପିଲାମାନେ,
କାଠର୍‌ ଘୁଡ଼ାକେ କିଏ ପଚ୍‌ରାବା…?

ସକାଲ୍‌ ପାଏଲେ ଜୀବନ୍‌ ଅବଶ୍‌ ନୂଆଁ,
ସମିଆଁ ନୂଆଁ…. ଲୋକ୍‌ ନୂଆଁ
ଫେସନ୍‌ ଉସନ୍‌ ପସନ୍ଦ୍‌ ନୂଆଁ ।
ସବୁବେଲେଁ ସବୁକଥା ଥିସି ଭାଏଲ୍‌…?

ମୁର୍‌ଚା ଲାଗ୍‌ଲାନ’ ଇ ସଁସାର୍‌ କେ,
ଇଟା ବି ଏଥ୍‌ର ଜୁନ୍‌ହାଁ ହେବା ।
ନୂଆଁ ସିର୍‌ଜିନା ଟେ ମୂଲ୍‌ ହେବା ଧର୍‌ତୀ ନ’ ।
ଜଲ୍‌ ଥଲ୍‌ ଜୀବ୍‌ ଜଡ଼୍‌….
ଫେର୍‌ ଏମୋଇବା ନୁଁ ମୁନୁଷ୍‌ ।
ଫେର୍‌ ଘର…. ଫେର୍‌ ସଁସାର୍‌ ।

ହେତେବେଲେ ନା’ ଥିବା ଇଲେକ୍‌ଟ୍ରି
ନା’ ଥିବା ଇଲେକ୍‌ଟ୍ରୋନିକ୍ସ,
ଫେର୍‌ ଆମେ ଜନମ୍‌ ହେମୁଁ ଛୁଆ ହେଇକରି –
ଆରୁ ମାଗ୍‌ମୁଁ,
ଦଦା….
ମାଟିର୍‌ ବଲଦ୍‌ ଦେ’,
କାଠର୍‌ ଘୁଡ଼ା ଦେ’ ।
ତୁଇଁ କେନୁ ଆନ୍‌ବୁ ହେତେବେଲେଁ…?

ବନେଇ ବସ୍‌ ଦଦା…
ଏଭୁଁ ବନେଇ ବସ୍‌….. । ।

୩/୧୭, କଲ୍ୟାଣନଗର
ବୁଢ଼ାରଜା, ସମ୍ବଲପୁର-୪
ମୋବାଇଲ୍‌ ନଂ.୮୮୯୫୧୫୧୫୬୬

(କବି ବିପିନ୍‌ ଆଚାର୍ଯ୍ୟଙ୍କର୍‌ ଜନମ୍‌ ଦିନ ଆଜି । ଜନମ୍‌ ଦିନର୍‌ ଗୁର୍‌ଦୁ ଟେ ଶୁଭେଚ୍ଛା ‘କୋଶଳ ପ୍ରବାହ’ ପରିବାର ତରଫ୍‌ ନୁ । ମା’ ସମଲେଇ ତାହାକୁଁ ସବୁବେଲେ ପନତ୍‌ ଉଢେ଼ଇ ରଖିଥାଉ, ଏତ୍‌କି ତାର୍‌ ପାହାତଲେ ଗୁହାରୀ ।)

Leave A Reply

Your email address will not be published.