ଭୀମସାର୍‌ରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଉଦ୍‌ଘାଟିତ ହେବ

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାର୍‌ରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଉଦ୍‌ଘାଟିତ ହେବ ବୋଲି ଜଣାଯାଇଛି । ଏଥି ନିମନ୍ତେ ସୁରକ୍ଷିତ ସଂସ୍ଥା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଚୁକ୍ତି ସରିଛି ବୋଲି ଏକ ସୂତ୍ରରୁ ଜଣାପଡିଛି । ପୂର୍ବରୁ ଶିଶୁ ବିଭାଗ ପାଇଁ ନିର୍ମିତ ହୋଇଥିବା ନଅ ମହଲା କୋଠାରେ ଏହି ହସ୍ପିଟାଲ୍ ଖୋଲିବ । ଏଥିପାଇଁ ଅଗ୍ନିଶମ ବିଭାଗର ମଧ୍ୟ ସବୁଜ ସଙ୍କେତ ମିଳି ସାରିଛି । ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା କନକ ଭାବେ ବୃଦ୍ଧି ପାଉଥିବାରୁ ସମ୍ବଲପୁର ଜିଲ୍ଲାରେ ଚାପ ଅଧିକ ରହିଛି । ଭୀମସାର୍ ଉପରେ ସମଗ୍ର ପଶ୍ଚିମ ଓଡ଼ିଶାର ରୋଗୀ ନିର୍ଭର କରୁଥିବା ବେଳେ ଏହି ହସ୍ପିଟାଲ୍ ଅନେକ ମାତ୍ରାରେ ସମସ୍ୟାର ସମାଧାନ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.