ଗାନ୍ଧୀ ଜୟନ୍ତୀରେ କୃଷକଙ୍କ ବୋବାଲ୍‌ : ପଞ୍ଜାବରେ ରେଳ ରୋକୋ, ଦିଲ୍ଲୀ ପର୍ଯ୍ୟନ୍ତ ଘେରାଓ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ବିଲ୍‌କୁ ନେଇ କୃଷକଙ୍କ ରୋଷ କମି ନାହିଁ । ଦେଶର ଅଲଗା ଅଲଗା ସ୍ଥାନରେ ଲଗାତାର୍‌ ବିରୋଧ ପ୍ରଦର୍ଶନ ଚାଲିଛି । ଆଜି ପଞ୍ଜାବରେ କୃଷକମାନଙ୍କ ଦ୍ୱାରା ରେଳ ରୋକୋ ଅଭିଯାନ ଜାରି ରହିଛି । ଏହା ସହ ଉତ୍ତରପ୍ରଦେଶ, ଦିଲ୍ଲୀର ଆଖପାଖ ଅଂଚଳରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । କୃଷକମାନେ ଦାବୀ କରୁଛନ୍ତି, ସରକାର ଏମ୍‌ଏସ୍‌ପି ଦେବା ବିଷୟ ବିଲ୍‌ରେ ସାମିଲ୍‌ କରନ୍ତୁ । ସୂଚନାଯୋଗ୍ୟ ଯେ, ପଞ୍ଜାବର ଅମୃତସରରେ କିଶାନ୍‌ ମଜ୍‌ଦୁର ସଂଘର୍ଷ କମିଟି ବିଗତ ୯ ଦିନ ହେଲା ରେଳ ପଟ୍‌ରୀ ଉପରେ ବସିଛନ୍ତି । କମିଟିର ସୁଖବିନ୍ଦର ସିଂହଙ୍କ ଅନୁସାରେ ଏହି ପ୍ରଦର୍ଶନ ୫ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ ଏବଂ ତା’ପରେ ଆଗାମୀ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯିବ ।

Leave A Reply

Your email address will not be published.