ପାକିସ୍ତାନ ପକ୍ଷରୁ ଗୁଳି ବର୍ଷଣ ପରେ ଏଲ୍‌ଓସିରେ ପ୍ରଚଣ୍ଡ ଉତ୍ତେଜନା : ଭାରତ ବି ଦେଲା କଡ଼ା ଜବାବ

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ଏଲ୍‌ଓସିରେ ତୋପ ବର୍ଷଣ ପରେ ପ୍ରଚଣ୍ଡ ଉତ୍ତେଜନା ଦେଖାଦେଇଛି । ପାକିସ୍ତାନର ଗୁଳି ବର୍ଷାରେ ୩ ଭାରତୀୟ ସେନା ଶହୀଦ ହୋଇଥିବା ସୂଚନା ରହିଛି । ଏହି ଉତ୍ତେଜନାରେ ଅନ୍ୟ ୫ ଜଣ ଜବାନ୍‌ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଜାମ୍ମୁ-କାଶ୍ମୀରରେ ନିୟନ୍ତଣ ରେଖା ନିକଟରେ ମୁତୟନ ହୋଇଥିବା ସେନାଙ୍କ ଉପରେ ଗତକାଲି ପାକିସ୍ତାନ ପୁଣି ସିଜ୍‌ଫାୟାର୍‌ର ଉଲଂଘନ କରିଛି । ବିନା କୌଣସି କାରଣରେ ପାକିସ୍ତାନ ପକ୍ଷରୁ କୁପୱାଡ଼ା ଜିଲ୍ଲାର ଏଲ୍‌ଓସି ନିକଟସ୍ଥ କେରନ୍‌ ସେକ୍ଟର ଏବଂ ମାଛିଲ୍‌ ସେକ୍ଟରରେ ଗୁଳି ଚାଳନା କରିଥିବା ବେଳେ ପାକିସ୍ତାନ ତୋପ, ମୋର୍ଟାର ଏବଂ ଅନ୍ୟ ହତିଆର୍‌ ବ୍ୟବହାର କରିଥିବା କୁହାଯାଇଛି । ତେବେ ଭାରତୀୟ ସେନାଙ୍କ ପକ୍ଷରୁ ମଧ୍ୟ ପାକିସ୍ତାନକୁ ମୁହୁଁତୋଡ଼୍‌ ଜବାବ୍‌ ଦିଆଯାଇଥିବା ଖବରରେ କୁହାଯାଇଛି ।

Leave A Reply

Your email address will not be published.