ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରା.ପ. ଅନ୍ତର୍ଗତ ଲର୍କି ଗାଁର ଗରିବ ତଥା ନିରୀହ ଗୁର୍ଜି ମାଝି ଦୀର୍ଘ ୫ ବର୍ଷ ହେବ ଗୁହାରି କରୁଥିଲେ ସୁଦ୍ଧା ତାଙ୍କୁ ବିଧବା ଭତ୍ତା ମିଳୁ ନଥିବା ଅଭିଯୋଗ କରିଛନ୍ତି । ସ୍ଵାମୀ ରାମଦାସ ମାଝି ଗତ ତା:୦୪-୦୮-୨୦୧୬ ପେଟ ରୋଗରେ ପଡ଼ି ଝାଡ଼ା, ବାନ୍ତି ହୋଇ ଆରପାରିକୁ ଚାଲି ଯାଇଥିଲେ । ସେଦିନରୁ ଗୁର୍ଜି ମଝି ତାଙ୍କ ଦୁଇ ପୁଅ ଓ ଗୋଟିଏ ଝିଅକୁ ଧରି ଦୈନିକ କୁଲି ମଜୁରି କାମ କରି ତଥା ହାଇଦେରାବାଦକୁ ଇଟା ଗଢିବା କାମରେ ଯାଇ ନିଜର ପରିବାର ଭରଣପୋଷଣ କରୁଛନ୍ତି । ଏଭଳି ନିରୀହ ମହିଳା ବିଧବା ଭତ୍ତା ପାଇବା ଆଶାରେ ୱାର୍ଡ ମେମ୍ବର, ସରପଞ୍ଚ, ବ୍ଲକ ପ୍ରଶାସନଙ୍କୁ ବାରଂବାର ଜଣାଇଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ଗୁହାରି କେହି ଶୁଣୁ ନାହାଁନ୍ତି ବୋଲି ଆଖି ଛଳ ଛଳ କରି ଗୁର୍ଜି କହିଛନ୍ତି । ନିରୀହ ବିଧବାଙ୍କ ପ୍ରତି ପ୍ରଶାସନ ଦୟା କରୁ ଓ ତୁରନ୍ତ ପଦକ୍ଷେପ ନିଆ ଯାଉ ବୋଲି ଜନସାଧାରଣରେ ଦାବୀ ହେଉଛି ।