oom

ଭ୍ରାମ୍ୟମାଣ ପାଠାଗାରରେ ମତ ପ୍ରକାଶ କାର୍ଯ୍ୟକ୍ରମ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୁସ୍ତକ ସମ ବନ୍ଧୁ ଦୁନିଆରେ ନାହିଁ । ପୁସ୍ତକ ମାର୍ଗ ଦର୍ଶନ କରେ । ବିପଦରେ ସହାୟତାର ହାତ ବଢାଏ । ପୁସ୍ତକ କେବେ ଧୋକା ଦିଏନି ବରଂ ସବୁ ସମସ୍ୟାର ସମାଧାନ କରେ, ସବୁ ସ୍ଵପ୍ନକୁ ପୂରଣ କରିଥାଏ ବୋଲି ବରଗଡ଼ ବ୍ଲକ ନୀଲେଶ୍ଵର ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଆୟୋଜିତ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମରେ ଯୋଗଦାନ କରି ବକ୍ତା ଗଣ ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର ପୁସ୍ତକ ବିପଦ ଆପଦର ବନ୍ଧୁ ଓ ସବୁ ସମୟରେ ପୁସ୍ତକ ଆମକୁ ସହାୟତା କରେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ପ୍ରଧାନ ପୁସ୍ତକ ବ୍ୟକ୍ତିତ୍ଵ ବିକାଶ କରିବା ସହ ଜୀବନରେ ସଫଳତା ଦେଇଥାଏ ବୋଲି କହିଥିଲେ । ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାରର ଉଦ୍ୟୋକ୍ତା ଡକ୍ଟର ରବିନାରାୟଣ ସାହୁ ପୁସ୍ତକ ଜ୍ଞାନ ଓ ନୈତିକତାର ବାର୍ତ୍ତାବହ ବୋଲି ଅଭିହିତ କରି ଛାତ୍ର ଛାତ୍ରୀମାନେ ପାଠ୍ୟ ପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ଶିଶୁ ସାହିତ୍ୟ ପୁସ୍ତକ ଓ ପତ୍ର ପତ୍ରିକା ପଠନ ପ୍ରତି ଗୁରୁତ୍ୱ ଦେବାକୁ ପିଲା ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପଠିତ ପୁସ୍ତକ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରି ଛାତ୍ର ଛାତ୍ରୀମାନଙ୍କ ମଧ୍ୟରୁ ପ୍ରଜ୍ଞାଶ୍ରୀ କୁମ୍ଭାର, ପୁରନ୍ଦର ସାହୁ, ବର୍ଷା ସେଠ୍‌ଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ଜିତେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.