pakka

ଦେଓଗାଁ ସାହୁପଡ଼ା ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସ୍ଥିତ ସାହୁପଡା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଦଶମ ଗଜଳକ୍ଷ୍ମୀ ପୂଜା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗାଁର ମହିଳାମାନେ ସୋନଗଡ଼ ନଦୀରୁ ପୂର୍ଣ୍ଣ କଳସରେ ପାଣି ଆଣି ଗାଁ ପରିକ୍ରମା କରିବା ପରେ ପୂଜା ମଣ୍ଡପରେ ସ୍ଥାପନ ହୋଇଥିଲା କଳସ । ରାତିରେ ଆଧିବାସ ପୂଜା ଆରମ୍ଭ ହେବା ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଚଳିତ ବର୍ଷର ପୂଜାରେ କର୍ତ୍ତା ଭାବରେ ପ୍ରହଲ୍ଲାଦ ସାହୁ ଓ ତାଙ୍କ ଧର୍ମପତ୍ନୀ ପଦ୍ମନୀ ସାହୁ ଦାୟିତ୍ୱରେ ରହିଥିବା ବେଳେ ପୂଜକ ଭାବରେ ବାଳକୃଷ୍ଣ କର ଦାୟିତ୍ୱରେ ରହିଛନ୍ତି । ଶନିବାର ସକାଳ ୧୦ ଟାରୁ ଗାୟିକା ସ୍ୱପ୍ନାରାଣୀ ଯୋଶୀଙ୍କ ଦ୍ୱାରା ପାରାୟଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

1 × 2 =