pakka

ମହଖଣ୍ଡରେ ୪୨ତମ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜ ଯୁବ ଛାତ୍ରଛାତ୍ରୀ ସମ୍ମେଲନ : ସାରା ଭାରତ ବର୍ଷରେ କ୍ଷତ୍ରୀୟ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ଗ୍ରାମ ସ୍ଥିତ ଦୁର୍ଗା ମନ୍ଦିର ପରିସରରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ୪୨ ତମ ଯୁବ ଛାତ୍ରଛାତ୍ରୀ ସମ୍ମେଲନ ଅନୁଷ୍ଠିତ ହୋଇଯାଇଛି । ସମାଜର କୁଳପତି ଶମ୍ଭୁକିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବରେ ବରିଷ୍ଠ ସମାଜସେବୀ ଜ୍ଞାନ ପ୍ରସାଦ ସିଂ, ସମ୍ମାନିତ ବକ୍ତା ଭାବେ ନନ୍ଦଲାଲ ବାରିକ ଯୋଗଦାନ କରିଥିଲେ । ବରିଷ୍ଠ ପରାମର୍ଶ ଦାତା ଜିତେନ୍ଦ୍ର ସିଂ ବାରିକ, କେତନ ସିଂ ବାରିକ, ବିଜୟ ସିଂ ମହାରଥା, ମହେଶ୍ୱର ପ୍ରସାଦବାରିକ, ଅଶ୍ୱନୀ ପ୍ରଧାନୀ, ଖରତ ଚନ୍ଦ୍ର ବାରିକ, ବଳଦେବ ରାଉତ, ବିଶ୍ଵମ୍ଭର ପ୍ରଧାନ, ରମଣ ସିଂ ବାରିକ, ପ୍ରମୋଦ କୁମାର ଦଣ୍ଡସେନା, ଭୁରିଶ୍ରବା ବିଶି, ଶ୍ରୀହରୀ ପଣ୍ଡା, ଦେବ ସିଂ ନାଏକ, ସଦାନନ୍ଦ ନାଏକ, ତୁଳସାଗର ରାଉତ, ସମାଜସେବୀ ହରିଶ୍ଚନ୍ଦ୍ର ବାରିକ, ଉପ-କୁଳପତି ସୁରେନ୍ଦ୍ର କୁମାର ପ୍ରଧାନୀ, ସମ୍ପାଦକ ଦିଲ୍ଲୀପ କୁମାର ନାଏକ, ଯୁଗ୍ମ ସମ୍ପାଦକ ଘୁମେଷ ଚଳାନ, ସହ ସଂଙ୍ଗଠକ ବିଭୁତି ଭୁଷଣ ବିଶି କୋଷାଧ୍ୟକ୍ଷ ଶ୍ରୀବତ୍ସ ବାରିକ, ସହ କୋଷାଧ୍ୟକ୍ଷ ରାଜକପୁର ବାରିକ ମଞ୍ଚରେ ଆସୀନ ରହି ସାରା ଭାରତ ବର୍ଷରେ କ୍ଷତ୍ରୀୟ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ମହଖଣ୍ଡ ଗ୍ରାମର ଦୁଇସହରୁ ଅଧିକ ଯୁବକ ବିଭିନ୍ନ କ୍ଷତ୍ରୀୟ ବେଶପୋଶାକ ସହିତ ବିଭିନ୍ନ ଅସ୍ତ୍ର ଖଣ୍ଡା ଗଦାରେ ସଜ୍ଜିତ ହୋଇ ମହଖଣ୍ଡ ଦେବୀ ପୀଠରୁ ମଶାଳ ଆଣି ମଞ୍ଚରେ ସ୍ଥାପନ କରିଥିଲେ । ସ୍ୱାଗତ ସମ୍ଭାଷଣ ମହଖଣ୍ଡ ଅଞ୍ଚଳ ସଭାପତି ତୁଳସାଗର ରାଉତ ପ୍ରଦାନ କରିଥିବା ବେଳେ ଅତିଥି ମାନଙ୍କୁ ଆସନ ଗ୍ରହଣ କରିବା ପାଇଁ ସହ କୋଷାଧ୍ୟକ୍ଷ ରାଜକପୁର ବାରିକ ଆବାହନ କରିଥିଲେ । ସଂଗଠକ ପରମେଶ୍ୱର ବାରିକ ଅତିଥି ମାନଙ୍କୁ ସ୍ୱାଗତ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ମୁଖ୍ୟ ସମ୍ପାଦକ ଦିଲ୍ଲୀପ କୁମାର ନାଏକ ନାଏକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସହ ସଂଙ୍ଗଠକ ବିଭୁତି ଭୂଷଣ ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ପ୍ରଥମ ଶ୍ରେଣୀ ଠାରୁ ବିଶ୍ୱବିଦ୍ୟାଳୟ ସ୍ତର ଯାଏଁ ସାତ ଗୋଟି ପେଣ୍ଡାଲରେ ନୂଆପଡା ଜିଲ୍ଲା ସହ ବଲାଙ୍ଗିର ଜିଲ୍ଲାର ଆଂଶିକ ଛତିଶଗଡ ରାଜ୍ୟର ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ବକୃତା, ଗୀତ, ଚାଣକ୍ୟ ଶ୍ଳୋକ, ଗୀତା ଶ୍ଳୋକ, ରାମଚରିତ ମାନସ ଲିଖିତ ସାଧାରଣ ଜ୍ଞାନ, ଏକକ ଅଭିନୟ ହାସ୍ୟ ଅଭିନୟ, ଝୋଟି ପ୍ରତିଯୋଗିତା, ଚିତ୍ରାଙ୍କନ, ବିଜ୍ଞାନ ଓ ବୈଷୟିକ ମେଲା, ରେକର୍ଡ ଡ୍ୟାନ୍ସ ଖଣ୍ଡା ଗଦା, ଲାଠିଚାଳନା ଓ ବ୍ୟାୟାମ ଲକ୍ଷ ଭେଦ ପ୍ରତିଯୋଗିତା ମାନଙ୍କରେ ଭାଗନେଇ ଥିଲେ ଓ ବିଭିନ୍ନ ବିଭାଗରେ କୃତି ପ୍ରତିଯୋଗୀମାନେ ପୁରସ୍କୃତ ହୋଇଥିଲେ । ମୂଲ୍ୟାଙ୍କନ ସଂଯୋଜନାରେ ଶିକ୍ଷା ଓ ସଂସ୍କୃତି ଉପସମିତି ବିଭାଗର ସଭାପତି ତୁମେଶ୍ୱର ଚକାନ, ଦେବାନନ୍ଦ ଚଳାନ, ମହେନ୍ଦ୍ର ବାରିକ, ରଣଜିତ ସିଂ ମହାରଥା ଭଗବାନ ଚଳନ, ସଂଜୟ କାନ, ରୂପେଶ କୁମାର ଦଣ୍ଡସେନା, ନିଲାଞ୍ଚଳ ବାରିକ, ଦେବ କୁମାର ଦଣ୍ଡସେନା, ମାନଭଞ୍ଜନ ଦଣ୍ଡସେନା, ଶଙ୍କର୍ଷଣ ଦଣ୍ଡସେନା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ହୃଷିକେଶ ଦଣ୍ଡସେନା, ଅଧ୍ୟାପକ ରୁଦ୍ରମାଧବ ବାରିକ, ବିଭୁତି ଭୂଷଣ ବିଶି ଓ ରାଜକପୁର ବାରିକ । ଏହି କାର୍ଯ୍ୟକ୍ରମକୁ ମହଖଣ୍ଡ ଗ୍ରାମର ସମସ୍ତ କ୍ଷତ୍ରୀୟ ବନ୍ଧୁ ଓ କ୍ଷତ୍ରୀୟ ମହିଳା ତଥା ଯୁବକ ମାନେ ସହଯୋଗ କରିଥିବା ବେଳେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜରେ ୩୦ ଗୋଟି ଅଂଚଳ ସମସ୍ତ କର୍ମକର୍ତା ମାନେ ସମ୍ପୁର୍ଣ୍ଣ ଭାବେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

4 × 1 =

error: Content is protected !!