pakka

ମୁରିବାହାଲର ନୂତନ ତହସିଲଦାର ରୂପେ ଆୟୁବ ମଣ୍ଡଳଙ୍କ କାର୍ଯ୍ୟରେ ଯୋଗଦାନ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲରେ ନୂତନ ତହସିଲଦାର ରୂପେ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ଆୟୁବ ମଣ୍ଡଳ ଗୁରୁବାର କାର୍ୟ୍ୟରେ ଯୋଗଦାନ କରିଛନ୍ତି । ସେ ଏହାପୂର୍ବରୁ କୋରାପୁଟ ଜିଲ୍ଲା କୁନ୍ଦ୍ରା ତହସିଲଦାର ରୂପେ କାର୍ୟ୍ୟ କରୁଥିଲେ । ମୁରିବାହାଲରେ ଦୀର୍ଘ ଦିନ ଧରି ତହସିଲଦାର ଥିବା ଶ୍ରୀମତୀ ସୋନାଲି ପାତ୍ରଙ୍କୁ କୋରାପୁଟ ଜିଲ୍ଲା ବନ୍ଧୁଗାଁ ତହସିଲ୍‌ର ତହସିଲଦାର ରୂପେ ବଦଳି ହୋଇଥିଲା । କାର୍ୟ୍ୟରେ ଯୋଗଦାନ ପରେ ପରେ ଶ୍ରୀ ମଣ୍ଡଳ ତହସିଲ୍‌ର ସମସ୍ତ କର୍ମଚାରୀଙ୍କ ସହ ତହସିଲ ଅନ୍ତର୍ଗତ ସମସ୍ତ ୭ଟି ରାଜସ୍ଵ ସର୍କଲର ରାଜସ୍ଵ ନୀରିକ୍ଷକ, ଅତିରିକ୍ତ ରାଜସ୍ଵ ନୀରିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସହିତ ଜରୁରୀ ବୈଠକ କରିଥିଲେ । ଏଥିରେ ତହସିଲ ପକ୍ଷରୁ ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ରାଜସ୍ଵ ସେବା, ରାଜସ୍ଵ ସଂଗ୍ରହ ତଥା କର୍ମଚାରୀ ସମସ୍ୟା ଓ ତହସିଲ ଅଞ୍ଚଳରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏ ସମ୍ପର୍କରେ ଶ୍ରୀ ମଣ୍ଡଳ ତହସିଲଗୁଡିକରେ ବର୍ଷ ବର୍ଷ ଧରି ପଡ଼ିରହିଥିବା ଜମିଜମା ମାମଲା ଯୋଗୁଁ ଭାଇଭାଇ ପରିବାର ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହେଉଥିବାରୁ ଏଭଳି ମାମଲାଗୁଡ଼ିକୁ ଆଲୋଚନା କରି ଶୀଘ୍ର ସମାଧାନ, ମୁଖ୍ୟତଃ ରାଜସ୍ୱ ସଂଗ୍ରହ ଓ ସାଧାରଣ ଲୋକଙ୍କୁ ସମସ୍ତ ପ୍ରକାର ରାଜସ୍ୱ ସେବା ଶୀଘ୍ର ଯୋଗାଇ ଦେବାକୁ ସେ ପ୍ରାଥମିକତା ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

jay balangir
Leave A Reply

Your email address will not be published.

fourteen + 3 =

error: Content is protected !!