oum

କଲରାପତରିଆ ବାଘର ଶିକାର ହେଲେ ୬ ଗୋରୁ

jsm

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ତାଳବନ୍ଧ ଓ ମଣଦା ବନାଞ୍ଚଳ ଅଧୀନ ବଡ଼ ବାଲିଚୁଆ ଓ ଅସନସିକଳ ଗ୍ରାମର ୬ଟି ଗୋରୁ କଲରାପତରିଆ ବାଘର ଶିକାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗ୍ରାମର କନ୍ଦା ପାଳେୟା, ବୁଲୁ ବିରୁଆ, ଗମହା ପାଳେୟା, ରୁଣ୍ଡା ପାଳେୟା ଓ ଅସନସିକଳ ଗ୍ରାମର ଅଜେନ ରାମ ହେମ୍ବ୍ରମଙ୍କ ୫ଟି ଗାଈ ଓ ଗୋଟିଏ ବଳଦ ଶିମିଳିପାଳ ବନଖଣ୍ଡ ତାଳବନ୍ଧ ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲକୁ ଚରିବା ପାଇଁ ଯାଇଥିବା ବେଳେ ସଂଧ୍ୟା ପରେ ସେମାନେ ଘରକୁ ଫେରି ନଥିଲେ । ଫଳ‌ରେ ଗୋରୁ ମାଲିକମାନେ ଖୋଜାଖୋଜି କରିଥିଲେ ଏବଂ ବନ ବିଭାଗକୁ ଖବର ଦେଇଥିଲେ । ଖୋଜାଖୋଜି କରିବା ସମୟରେ ଜଙ୍ଗଲ ଭିତରେ ଗୋରୁମାନଙ୍କ ମୃତଦେହ ଠାବ ହୋଇଥିବା ବେଳେ ଗୋରୁମାନଙ୍କ ଶରୀର କ୍ଷତବିକ୍ଷତ ହୋଇଥିଲା । ତେବେ କଲରାପତରିଆ ବାଘ ଆକ୍ରମଣ କରିଥାଇ ପାରେ ବୋଲି ଅନୁମାନ କରାଯାଉଥିବା ବେଳେ ବନ ବିଭାଗ ପକ୍ଷରୁ ଘଟଣା ବାବଦରେ ଅଧିକ ଅନୁସନ୍ଧାନ ଜାରି ରହିଛି ।

Leave A Reply

Your email address will not be published.