jayashree

ବଲାଙ୍ଗିର ଚନ୍ଦ୍ରାସେନୀ ନଗରରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଲିବାକୁ ଯାଇଥିଲେ ପରିବାର । ହେଲେ ଘର ଖାଲି କରିଦେଲେ ଚୋର । ଏଭଳି ଏକ ଘଟଣା ବଲାଙ୍ଗିର ଲକ୍ଷ୍ମୀଯୋର ଥାନା ଅନ୍ତର୍ଗତ ଚନ୍ଦ୍ରାସେନୀ ନଗରରେ ଦେଖିବାକୁ ମଳିଛି । ସୂଚନା ଅନୁସାରେ ଚନ୍ଦ୍ରାସେନୀ ନଗରର ଦୀପକ ମିଶ୍ର ତାଙ୍କ ପରିବାର ସହ କୋରାପୁଟ ବୁଲିବାକୁ ଯାଇଥିଲେ । ହେଲେ ଗତ ରାତିରେ ଏହାର ସୁଯୋଗ ନେଇ ଘରର ତାଲା ଭାଙ୍ଗି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଘରର କବାଟ ତାଡ଼ି ୬ ଭରି ସୁନା, ରୂପା ଓ ନଗଦ ୧୦୦୦୦ ଟଙ୍କା ନେଇଯାଇଥିବା ବେଳେ ଆସବାବପତ୍ର ଫିଙ୍ଗାଫୁଙ୍ଗି କରି ଫେରାର ମାରିବାରେ ସଫଳ ହୋଇଛନ୍ତି ଦୁର୍ବୃତ୍ତ । ଖବର ପାଇ ଲକ୍ଷ୍ମୀଯୋର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ଯାହା ସବୁ ଚୋରି ହୋଇଛି, ସୁରକ୍ଷିତ ଭାବେ ଉଦ୍ଧାର କରି ଚୋର ମାନଙ୍କୁ ଧରି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ଅଭିଯୋଗକାରୀ ଆଲୋକ ମିଶ୍ର ।

Leave A Reply

Your email address will not be published.