jayashree

ଭବାନୀପାଟଣା ବାଇପାସରେ ଭୟଙ୍କର ସଡ଼କ ଦୁର୍ଘଟଣା : ଦୁଇ ମୃତ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବାଇପାସ ରାସ୍ତାରେ ବିଳମ୍ବିତ ରାତ୍ରିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଏକ ବିଏମ୍‌ଡବ୍ଲୁ କାର ଓ ହାଇୱା ମଧ୍ୟରେ ହୋଇଥିବା ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଟିଟିଲାଗଡ଼ ଅଞ୍ଚଳର ପିଣ୍ଟୁ ବାଗ ଏବଂ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ। ସୂଚନା ଅନୁଯାୟୀ, ଦୁହେଁ ସ୍ଥାନୀୟ ଏକ ଗ୍ୟାରେଜରେ କାମ କରୁଥିଲେ ଏବଂ କାର୍ଯ୍ୟ ସମ୍ପର୍କିତ କାମରେ ବାହାରେ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାର ସୂଚନା ପାଇ ସଦର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଗାଡ଼ିଗୁଡ଼ିକୁ ଜବତ କରି ଦୁର୍ଘଟଣାର ସଠିକ କାରଣ ଖୋଜୁଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଆଗାମୀ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.