csstore

ଆର୍ନ୍ତଜାତିକ ମହିଳା କାବ୍ୟ ମଂଚର ତୃତୀୟ କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ନ୍ତଜାତିକ ମହିଳା କାବ୍ୟ ମଂଚର ତୃତୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଆର୍ନ୍ତଜାତିକ ମହିଳା କାବ୍ୟ ମଂଚର ରାଷ୍ଟ୍ରୀୟ ମହାସଚିବ ତଥା ଓଡିଶା ପ୍ରାନ୍ତର ଅଧ୍ୟକ୍ଷା ଡକ୍ଟର କମଳପ୍ରଭା କପାନୀ ଯୋଗ ଦେଇଥିଲେ । ମହିଳା ମଂଚର ଓଡିଶା ପ୍ରାନ୍ତର ଉପାଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ମହାପାତ୍ର ମଧ୍ୟ ଯୋଗଦାନ କରିଥିଲେ ଓ ସହଯୋଗ କରିଥିଲେ । ମଂଚ ପରିଚାଳନା କରିଥିଲେ ବଲାଙ୍ଗିର ଶାଖାର ଅଧ୍ୟକ୍ଷା ସଇଁତଲାର ବିଶିଷ୍ଟ କବୟତ୍ରୀ, ସୁସଂଯୋଜିକା ସୁସଂଗଠିକା ଆଲ୍ଲାଦିନୀ ପାଣିଗ୍ରାହୀ ଦାସ । ବଲାଙ୍ଗିର ଶାଖାର ଉପାଧ୍ୟକ୍ଷା ଶିକ୍ଷୟତ୍ରୀ, କବୟତ୍ରୀ, ସୁସଂଯୋଜିକା, ସୁସଂଗଠିକା କବିତା ମିଶ୍ର କବିତା ଗୁଡିକର ସଂଯୋଜନା କରିଥିଲେ । ପ୍ରାୟ ୩୦ ଜଣ କବି, କବୟତ୍ରୀ ଏଥିରେ ଯୋଗଦାନ କରିଥିଲେ । କବୟତ୍ରୀ ନିରୁପମା ମିଶ୍ର, ସରସ୍ୱତୀ ମିଶ୍ର, ସୁଷମା ଦାସ, ଲକ୍ଷ୍ମୀ ବଗର୍ତ୍ତି, ତୃପ୍ତିମୟୀ ତ୍ରିପାଠୀ, ହୀରାବତୀ ସାହୁ, ରଶ୍ମି ପାତ୍ର, ମମତା ସାହୁ, ଦିଲ୍ଲୀପ ମିଶ୍ର, ସତ୍ୟନାରାୟଣ ମିଶ୍ର ଆଦି ବିଭିନ୍ନ ବିଷୟ ଉପରେ ସୁନ୍ଦର ସୁନ୍ଦର କବିତା ପାଠ କରି ଆସରର ସୌନ୍ଦର୍ଯ୍ୟ ବର୍ଦ୍ଧନ କରିଥିଲେ ।

jayashree
Leave A Reply

Your email address will not be published.