csstore

ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ବେଳନୀ ବଲାଙ୍ଗିର ଶାଖା ପକ୍ଷରୁ ଯୁବ ସାମ୍ବାଦିକଙ୍କୁ ସମ୍ମାନିତ

ତୁଷୁରା, (ଅଜିତ କୁମାର ସାହୁ) : ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ତୁଷୁରା ଯୁବ ସାମ୍ବାଦିକ ମନୋଜ କୁମାର ଜୈନଙ୍କୁ ବଲାଙ୍ଗିର ଠାରେ ସମ୍ମାନିତ କରାଯାଇଛି । ପୃଷ୍ଠପୋଷକ ଏବଂ ଉପାଧ୍ୟକ୍ଷ ଜିଲା ରେଡକ୍ରସ ତଥା ସମାଜସେବୀ ବିଷ୍ଣୁ ପ୍ରସାଦ କେଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜୈନଙ୍କୁ ସମ୍ମାନିତ କରିଥିଲେ । ଶ୍ରୀ ଜୈନ ବିଭିନ୍ନ ସଂଗଠନରେ ଜଡିତରହି ଲୋକଙ୍କ ସେବା କରିଆସୁଥିବା ବେଳେ ଯୁବାମଞ୍ଚ ଅଧ୍ୟକ୍ଷ ଅମିତ ଜୈନ, ପୂର୍ବତନ ମାରୱାଡି ଯୁବାମଞ୍ଚର ମଣ୍ଡଳ ଉପାଧ୍ୟକ୍ଷ ଆଶିଷ ଚୌଧୁରୀ, ନାଗରିକ କମିଟିର ସଭାପତି ରୁଣୁଗୋପାଳ ସାହୁ, ସମାଜସେବୀ ପ୍ରେମାନନ୍ଦ ସାହୁ, ସାମ୍ବାଦିକ ଅଜିତ ସାହୁ, ବରିଷ୍ଠ ସାମ୍ବାଦିକ ପବନ ଅଗ୍ରୱାଲ ଆଦି ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶ୍ରୀ ଜୈନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.