pakka

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପପୁଅଙ୍କ ଜୀବନ

bbehera

ଯାଜପୁର : ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରୁହାଁ ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ସମ୍ପର୍କୀୟଙ୍କ ଘରୁ ହସଖୁସିରେ ବାଇକ୍‌ ଯୋଗେ ବାପପୁଅ ନିଜ ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଉଭୟଙ୍କ ଜୀବନ । ମୃତକଦ୍ୱୟ ହେଲେ ସଠିଆଟଗିରି ଗ୍ରାମର ସଇନ୍ଦା ଜେନା(୫୫) ଓ ତାଙ୍କ ପୁଅ ମୁନା ଜେନା(୩୪) । ସେମାନେ ଫେରିବା ବେଳେ ବରୁହାଁ ଛକ ନିକଟରେ ଏକ ଟିପ୍ପର ଉଭୟଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାପା ସଇନ୍ଦା ଜେନାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୁନାଙ୍କୁ ମୃତ ଘୋଷଣା କରିଥିଲେ ।

jay balangir
Leave A Reply

Your email address will not be published.

12 − four =

error: Content is protected !!