pakka

ଘରେ ପଶି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା : କାରଣ ଅସ୍ପଷ୍ଟ

bbehera

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା ଅଧୀନ ପାଣ୍ଡିଆତନ୍ଦରା ସାହିରେ ବୀଭତ୍ସ ହତ୍ୟାକାଣ୍ଡ । ଘରେ ପଶି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ମୁରଳି ବାଡ଼ତ୍ୟା । ଖବର ମୁତାବକ ଗତକାଲିରାତିରେ ମୁରଲି ଘରେ ଶୋଇଥିବା ବେଳେ, ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଘରଲୋକ ଦେଖିବାକୁ ପାଇଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି । ତେବେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଛି । ହେଲେ ଦୁଇ ଦିନ ପୂର୍ବେ ଗାଁରେ ଦଣ୍ଡ ନାଚ ସମୟରେ ମୁରଲୀଙ୍କର ଉକ୍ତ ଗାଁ କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ତେବେ ସେହି କାରଣକୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.

sixteen + 7 =