ଲୋଇସିଂହାରେ ବଡ଼ଦେଓ ଯାତ୍ରା ସମ୍ପନ୍ନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଦିବାସୀ ଗଣ୍ଡ ସମାଜ ତଥା ଲୋଇସିଂହା ଜମିଦାରଙ୍କ ମୁଖ୍ୟ ପୃଷ୍ଠପୋଷକତାରେ ଲୋଇସିଂହା ସହରର ପ୍ରସିଦ୍ଧ ବଡ଼ଦେଓ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଜମିଦାରଙ୍କ ପୂଜାର୍ଚ୍ଚନା ପରେ ପାରମ୍ପରିକ ଚତୁରକୌଣ ବିଶିଷ୍ଟ କାଷ୍ଠ ନିର୍ମିତ ବିଗ୍ରହଙ୍କୁ ଚାରି ଜଣ ବରୁଆ କାନ୍ଧରେ ବୋହି ସ୍ଥାନୀୟ ଜମିଦାରଙ୍କ ରାଜବାଟି ଭିତରେ ଓ ପରେ ସହର ସାରା ପରିକ୍ରମା କରିଥିଲେ । ଶତାଧିକ ଶ୍ରଦ୍ଧାଳୁ ବିଗ୍ରହଙ୍କୁ ଛୁଇଁ ପ୍ରଣାମ କରିବା ସହିତ ମଥାରେ କଳା ଟିପ ଲଗାଇ ଦେବତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ନିଃସନ୍ତାନ ଦମ୍ପତି ସନ୍ତାନ ପ୍ରାପ୍ତି ଆଶାରେ ମଧ୍ୟ ଦାରୁ ବିଗ୍ରହ ବୋହିଥିବା ବରୁଆଙ୍କୁ ଦଣ୍ଡବତ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ । ଅର୍ଧରାତ୍ରୀରେ ସ୍ଥାନୀୟ ତ୍ରିଶୁଳ ବନ୍ଧରେ କାଲିସି ଲାଗିଥିବା ବ୍ୟକ୍ତି ପ୍ରବଳ ଥଣ୍ଡାରେ ସ୍ନାନ କରିବାର ପରମ୍ପରା ରହିଥିବା ବେଳେ ଗତକାଲି ରାତିରେ ତାହା ସମାପନ ହୋଇଛି । ଏହି ଯାତ୍ରା ଦେଖିବା ସକାଶେ ଲୋଇସିଂହା ତଥା ଆଖପାଖ ଅଂଚଳରୁ ହଜାର ହଜାର ଜନସାଧାରଣଙ୍କ ଭିଡ଼ ହୋଇଥିଲା । ଜଗନ୍ନାଥ ସଂସ୍କୃତି ଲୋଇସିଂହାର ପ୍ରଭୁ ବଡ଼ଦେଓଙ୍କ ଯାତ୍ରା ଓ ପୂଜାବିଧିର ସାମଞ୍ଜସ୍ୟ ରହିଥିବା ଜଣାଯାଏ ।

Leave A Reply

Your email address will not be published.

5 × one =