om academy

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ବିରୁଦ୍ଧରେ ବିଜେପିର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ବିରୁଦ୍ଧରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରବଳ ଅନିୟମିତତା ଦେଖାଦେଉଛି । ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ରାଜ୍ୟ ସରକାର ତଥା ବିଜେଡି ନେତାଙ୍କ ଇଙ୍ଗିତରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଘର ପ୍ରଦାନ କରାଯାଉଛି । ବିଜେପି ଦଳ ପୂର୍ବରୁ ମଧ୍ୟ ଏହାକୁ ତିବ୍ର ବିରୋଧ କରି ଆସିଛି । ପ୍ରଧାନମନ୍ତ୍ରୀ ଗରିବଙ୍କୁ ବାସ ଯୋଗାଇ ଦେବା ପାଇଁ ସଦା ତତ୍ପର ରହିଛନ୍ତି । ସେହି ଉଦ୍ଦେଶ୍ୟରେ ରାଜ୍ୟର ଦାବୀରୁ ୧ ଲକ୍ଷ ଅଧିକ ଘର ପ୍ରଦାନ କରିଥିବା ସତ୍ୱେ ଅଯୋଗ୍ୟ ଏହାକୁ ମାଡି ବସିଛନ୍ତି । ପ୍ରଶାସନ ୭ ଦିନ ମଧ୍ୟରେ ଏହି ତାଲିକାର ପୁନଃ ତର୍ଜମା କରି ଅଯୋଗ୍ୟଙ୍କୁ ତାଲିକାରୁ ବାଦ ନଦେଲେ ବିଜେପି ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ ବୋଲି ଦଳ ତରଫରୁ ଆଜି ବଲାଙ୍ଗିର ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବୀପତ୍ରକୁ ବଲାଙ୍ଗିର ବ୍ଲକ ବିଡିଓ ଦାବୀ ଗ୍ରହଣ କରବା ସହ ଏଦିଗରେ କାମ କରାଯିବା ନେଇ ପ୍ରତିଶୃତି ଦେବା ପରେ ବିଜେପି କର୍ମୀମାନେ ଧାରଣାରୁ ଓହରି ଯାଇଥିଲେ ।

Leave A Reply

Your email address will not be published.

17 + 10 =