csstore

ବଲାଙ୍ଗିର ବିଜୁ ଜନତା ଦଳ ପକ୍ଷରୁ ଶୈଳଶ୍ରୀ ପେଲେସଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ସମିତି ସଭ୍ୟ ଶ୍ରୀବତ୍ସ ସାହୁଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ଜନତା ଦଳ ପକ୍ଷରୁ ଶୈଳଶ୍ରୀ ପେଲେସଠାରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ବଲାଙ୍ଗିର କୃଷକ ବିଜେଡି ନେତା ତଥା ସମିତି ସଭ୍ୟ ଶ୍ରୀବତ୍ସ ସାହୁଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ବିଜେଡିର ବରିଷ୍ଠ ସଭ୍ୟ ଓଁକାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପସ୍ଥିତ ବିଜେଡିର ସଭ୍ୟସଭ୍ୟାମାନେ ପ୍ରଥମେ ନବ ଦାସ ଓ ଶ୍ରୀବତ୍ସ ସାହୁଙ୍କ ଫୋଟରେ ମାଲ୍ୟର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆତ୍ମାର ସଦ୍‌ଗତି ଉଦ୍ଦେଶ୍ୟରେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ବିଜେଡିର ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା, ଦକ୍ଷ ସଂଗଠକ ନବ ଦାସ ଯିଏ କି କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ବିଭାଗକୁ ସୁଚାରୁ ରୁପେ ପରିଚାଳନା କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ । ସେହିପରି ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସହିତ ରାଜନୀତି କରିଥିବା ଜିଲ୍ଲାର ଟାଣୁଆ କୃଷକ ନେତା ତଥା ସମିତି ସଭ୍ୟ ଶ୍ରୀବତ୍ସ ସାହୁ ଅଞ୍ଚଳର ବିକାଶ ପାଇଁ ସବୁବେଳେ ଚେଷ୍ଟିତ ରହି ଆସୁଥିଲେ କୃଷକ ମାନଙ୍କ ପାଇଁ ଲଢ଼ୁଥିଲେ ସେହିପରି ଦି ଜଣ ନେତାଙ୍କ ବିୟୋଗରେ ବିଜୁ ଜନତା ଦଳର ଅପୂରଣ କ୍ଷତି ହୋଇଛି ବୋଲି ଉପସ୍ଥିତ ବିଜେଡ଼ିର ନେତୃବୃନ୍ଦ ସ୍ମୁତିଚାରଣ କରିଥିଲେ । ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ମହିଳା ବିଜେଡି ସଭାପତି ଦମୟନ୍ତୀ ବାଗ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁମନ ନନ୍ଦ, ଦୁର୍ଗା ଚରଣ ବେହେରା, କୈଳାଶ ମହାନ୍ତି, ଜୟରାମ ମିଶ୍ର, ଧୃବ ଯୁଏଡ, ଗୁଲାପ ବାଗ, ମହେନ୍ଦ୍ର ବାଗ, ମୁନା ଖାଁ, ସତ୍ୟ ନାୟକ, ଜିତେନ୍ଦ୍ର ମିଶ୍ର, ବୁଲୁ ବେହେରା, ବାଲାଜୀ ପଣ୍ଡା, ଗୋଲାପି ବରାଳ, ନନ୍ଦିନୀ ପୋଢ଼, ସନ୍ତୋଷ ଦନ୍ତା, ଶତ୍ରୁଘ୍ନ ବାଗ, ପିଙ୍କି କବାଟ, ମନୋଜ ଦୀପ, ଦେବାଶିଷ ଲେଙ୍କା ପ୍ରମୁଖ ସ୍ମୁତି ଚାରଣ କରିଥିଲେ । ଏହି ଶୋକସଭାରେ ବହୁ ସଂଖ୍ୟାରେ ବିଜେଡିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.