ଖାଉଟି ଅଦାଲତରେ ଦଣ୍ଡିତ ହେଲା ଜୟରାମ ମୋଟର୍ସ

ଲୋଇସିଂହା, (କେପିଏନ୍‌ଏସ୍‌) : ଋଣ କରି ଗାଡି କିଣିବା ସହିତ ଠିକ ସମୟରେ କିସ୍ତି ଟଙ୍କା ପରିଶୋଧ କଲେ । ହେଲେ ଗାଡି ମାଲିକ ଆଜି ପର୍ୟ୍ୟନ୍ତ ପାଇନାହାନ୍ତି ଗାଡି ପଞ୍ଜିକରଣ ସମ୍ବନ୍ଧୀୟ କାଗଜପତ୍ର । କାଗଜପତ୍ର ପାଇବା ପାଇଁ ବହୁବାର ଗାଡି ବିକ୍ରି କରିଥିବା ଡିଲରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ନିରାଶ ହେବା ପରେ ଗାଡି ମାଲିକ ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହେଲେ । ଖାଉଟି କମିଶନ ଏହାର ବିଚାର କରି ସମ୍ପୃକ୍ତ ଡିଲରଙ୍କୁ ଆର୍ଥିକ ଦଣ୍ଡାଦେଶ ଦେଇଥିବା ଜଣାଯାଇଛି । ସୂଚନା ମତେ, ଲୋଇସିଂହାର ରଞ୍ଜନ ବେହେରା ଗତ ୨୦୧୯ରେ ବଲାଙ୍ଗିର ସ୍ଥିତ ଜୟରାମ ମୋଟର୍ସରୁ ୟାମାହା କମ୍ପାନୀର ଏଫ୍‌ଜେଡ୍‌ ବାଇକ କିଣିଥିଲେ । ଋଣ କରି ସେ ଏହି ବାଇକ କିଣିଥିବା ବେଳେ ୪୯ ହଜାର ଅଗ୍ରୀମ ପଇଠ କରିବା ସହିତ ୨୪ ମାସ ପର୍ଯ୍ୟନ୍ତ ଇଏମଆଇ ଭରିଥିଲେ । ତେବେ ଋଣ ଅବଧି ସରିବା ପରେ ଚୁକ୍ତି ମୁତାବକ ଗାଡିର ପଞ୍ଜିକରଣ ସ୍ମାର୍ଟକାର୍ଡ ଓ ଋଣ ଏନ୍‌ଓସି ପ୍ରଦାନ କରାଯିବା କଥା, ଯାହା ଶ୍ରୀ ବେହେରା ଅଦ୍ୟାବଧି ପାଇନାହାନ୍ତି । ଫଳରେ ସେ ଖାଉଟି କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ବିଚାର କରି ବଲାଙ୍ଗିର ଖାଉଟି କମିଶନ ସଭ୍ୟା ଜ୍ୟୋତ୍ସ୍ନାରାଣୀ ମିଶ୍ର ଡିଲର ଜୟରାମ ମୋଟର୍ସକୁ ମାସକ ମଧ୍ୟରେ ଉକ୍ତ ଅର୍ଥରାଶି ଗାଡି ମାଲିକଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଗାଡି ପଞ୍ଜିକରଣ ସ୍ମାର୍ଟକାର୍ଡ ପ୍ରଦାନ କରାଯିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ପିଆର ସାହୁ ଓ କେସି ମିଶ୍ର ଏହି ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.

nineteen − fifteen =