pakka

୩.୩୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ଅଭିଯୁକ୍ତମାନେ ଫେରାର

bbehera

ମନମୁଣ୍ଡା : ମନମୁଣ୍ଡା ପୁଲିସ ୩.୩୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ସଂପୃକ୍ତ ଅଭିଯୁକ୍ତମାନେ ଫେରାର ମାରିଥିବା ଜଣାପଡ଼ିଛି । ଶଗଡ଼ାଫାଣ୍ଡି ପଞ୍ଚାୟତ ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ପୁଲିସ ଖବର ପାଇଥିଲା । ତେବେ ଆଇଆଇସି ରାମ କୁମାର ମୁର୍ମୁ ଓ ଶଗଡ଼ାଫାଣ୍ଡି ଅଧିକାରୀ ସନ୍ତୋଷ ମଲ୍ଲିକଙ୍କ ସହ ଏକ ଟିମ୍ ଉକ୍ତ ଅଞ୍ଚଳକୁ ପାଟ୍ରୋଲିଂରେ ଯାଇଥିଲେ । ବାତେପଙ୍ଗା ଗ୍ରାମ ନିକଟସ୍ଥ ଜଙ୍ଗଲରେ ୭ଟି ଜରିବସ୍ତା ଥିବା ପୁଲିସ ଦେଖିବାକୁ ପାଇଥିଲା । ଉକ୍ତ ବସ୍ତାକୁ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ବାହାରିଥିଲା । ପୁଲିସ ଆସିବା ଜାଣିପାରି ଗଞ୍ଜେଇ ମାଫିଆମାନେ ଫେରାର ମାରିଥିଲେ । ପୁଲିସ ଗଞ୍ଜେଇ ଜବତ କରି ଏକ ମାମଲା ରୁଜୁ କରିଛି । ତେବେ ପୁଲିସ ଏନେଇ ତଦନ୍ତ ଚଳାଇ ଥିବା ଜଣାପଡଛି ।

jay balangir
Leave A Reply

Your email address will not be published.

three + 13 =

error: Content is protected !!