pakka

ବେଆଇନ ବାଲି ଚାଲାଣ ବେଳେ ୪ ଗୋଟି ଟ୍ରାକ୍ଟରକୁ ଜବତ କଲା ପ୍ରଶାସନ

ଟିଟିଲାଗଡ଼, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ତହସିଲ ଅଧୀନରେ ଥିବା ନାରେନ ଉନ୍ଦେର ନଦୀ ବାଲିଘାଟରୁ ବୁଧବାର ବେଆଇନ ଭାବରେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ପ୍ରଶାସନର ତଦନ୍ତ ଆରମ୍ଭ ହୋଇଥିଲା । ଯାହାକୁ ନେଇ ପ୍ରଶାସନ ୪ ଗୋଟି ଟ୍ରାକ୍ଟରକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉକି ଯେ, ଆଜି ମଧ୍ୟାହ୍ନ ସମୟରେ ବାଲିଘାଟରୁ ଟ୍ରାକ୍ଟର ଯୋଗେ ଟିଟିଲାଗଡ଼କୁ ବାଲି ଧରି ଆସୁଥିବା ବେଳେ ଖବର ପାଇ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ତତ୍ୱବଧାନରେ ତହସିଲଦାର ଦାୟିତ୍ୱରେ ଥିବା ଚନ୍ଦ୍ରପ୍ରକାଶ ଦେହୁରୀ ରାସ୍ତାରେ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିବା ସହ କାଗଜପତ୍ର ଦେଖିଥିଲେ । ଏଥିରେ ଧରା ପଡ଼ିଥିବା ଓଡି ୦୩ଟିସି ୨୧୫, ଓଡି୦୩ଏମ୍‌ ୮୩୧୦, ଓଡି୦୩ ଟି ୮୩୨୯ ଓ ଓଡି୦୩ ଟିସି ୨୧୨ ନମ୍ବର ବିଶିଷ୍ଟ ଟ୍ରାକ୍ଟରକୁ ଜବତ କରି ଉପଜିଲ୍ଲାପାଳ ଅଫିସକୁ ଅଣାଯାଇଥିଲା । ଉକ୍ତ ଟ୍ରାକ୍ଟରମାନଙ୍କଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହାକୁ ନେଇ ଟିଟିଲାଗଡ଼ ଟ୍ରାକ୍ଟର ମାଲିକମାନେ ଏଭଳି ଧରପଗଡକୁ ଭୟଭୀତ ହୋଇପଡିଛନ୍ତି ।

Leave A Reply

Your email address will not be published.

3 × two =