pakka

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ୪୦ ଜଣ ତୀର୍ଥଯାତ୍ରୀ ଫସି ରହିଥିଲେ : ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗନ୍ତବ୍ୟ ସ୍ଥଳକୁ ଗଲେ

kalikesh

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସାରା ରାଜ୍ୟରେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡ଼ାକରା ଦେଇଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଏ ନେଇ ବାଲିଗୁଡ଼ାଠାରେ ଡ୍ରାଇଭରମାନେ ଏକତ୍ରିତ ହୋଇ ଗାନ୍ଧୀ ଛକଠାରେ ଧାରଣା ଦେଇଛନ୍ତି । ଏଠାରୁ ଜିଲ୍ଲା ଓ ଜିଲ୍ଲା ବାହରକୁ ଯଥା କଟକ, ଭୁବନେଶ୍ୱର, ବ୍ରହ୍ମପୁର, ବୌଦ୍ଧ, ରାୟଗଡ଼ା, କଳାହାଣ୍ଡି ଭଳି ବିଭିନ୍ନ ଅଞ୍ଚଳକୁ ବେସରକାରୀ ବସ୍‌ ଚଳାଚଳ ନ କରି ବସ୍‌ଷ୍ଟାଣ୍ଡରେ ଅଟକି ସେଥିରେ ମଧ୍ୟ ଏକ ତୀର୍ଥଯାତ୍ରୀ ବସ୍‌ ଅଟକି ରହିଥିଲା । ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ହଇରାଣ ହେଉଥିବା ନେଇ ତୀର୍ଥଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧା ରାସ୍ତାରେ ଛାଡି ଦେଲା ବସ୍ ଡ୍ରାଇଭର ବୋଲି ତୀର୍ଥଯାତ୍ରୀମାନେ କହିଛନ୍ତି । ବାଲିଗୁଡା ବସ୍‌ଷ୍ଟାଣ୍ଡରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ୪୦ ଜଣ ତୀର୍ଥଯାତ୍ରୀ ଫସି ରହିଥିଲେ । ସୂଚନା ଅନୁସାରେ ଗତ ୧ ତାରିଖରୁ ଉତ୍ତର ଭାରତ ଭ୍ରମଣରେ ଯାଇଥିଲେ ତୀର୍ଥଯାତ୍ରୀ । ବୁଧବାର ସକାଳେ ଆସି ବାଲିଗୁଡ଼ାରେ ପହଞ୍ଚିଥିଲେ । ହେଲେ ବସ୍ ଡ୍ରାଇଭର ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧାରେ ଛାଡି ଦେଇଥିଲା । ଏଥିରେ ଅନେକ ବୟସ୍କ ଲୋକ, ଛୋଟ ପିଲା ଓ ରୋଗୀ ରହିଥିଲେ । ତେବେ ଡ୍ରାଇଭର ସେମାନଙ୍କୁ ନେଇ ନଥିବା ବେଳେ ଅନ୍ୟ ବସ୍ ଡ୍ରାଇଭର ମଧ୍ୟ ଅନ୍ଦୋଳନରେ ସାମିଲ ହୋଇଥିଲେ । ଏହାରି ଭିତରେ ସେମାନେ କେମିତି ଗନ୍ତବ୍ୟ ସ୍ଥଳ ତଥା ନିଜ ନିଜ ଘରେ କିପରି ପହଞ୍ଚିବେ ସେ ନେଇ ଚିନ୍ତାରେ ରହିଥିଲେ । ସରକାର ଓ ପ୍ରଶାସନକୁ ନିବେଦନ କରିବା ପରେ ଏଥିରେ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ ହସ୍ତକ୍ଷେପ କରି ତୀର୍ଥଯାତ୍ରୀ ବସ୍‌ଟିକୁ ସୁରକ୍ଷା ଯୋଗାଇ ସହର ଅତିକ୍ରମ କରାଇ ଦେଇଛନ୍ତି । ଦୀର୍ଘ ୫ ଘଣ୍ଟା ଅଟକିବା ପରେ ତୀର୍ଥଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିଥିବାରୁ ବାଲିଗୁଡା ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି ।

pp
Leave A Reply

Your email address will not be published.

twenty − thirteen =