pakka

ପ୍ରଯୋଜନା ଭିତ୍ତକ ନାଟ୍ୟ କର୍ମଶାଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସହଯୋଗରେ ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଆଖପାଖ ଅଂଚଳର କୋଡିଏ ଜଣ କଳାକାରଙ୍କୁ ନେଇ ଏହି କର୍ମଶାଳାରେ ଘନଶ୍ୟାମ ସାହୁ ଓ ରାଜକୁମାର ସାହୁ ମୁଖ୍ୟ ସାଧନ କର୍ମୀ ଥିବା ବେଳେ ଗୁରୁଶ୍ରୀ କେଶରଞ୍ଜନ ପ୍ରଧାନ ଓ ଅଶୋକ ବହିଦାର ଉପଦେଷ୍ଟା ଅଛନ୍ତି । ଦୀର୍ଘ ପନ୍ଦର ଦିନ ଧରି ହେବାକୁ ଥିବା ଏହି କର୍ମଶାଳରେ ଗଳ୍ପ, ସଂଳାପ, ଗୀତ, ବିଭିନ୍ନ ପାଣ୍ଡୁଲିପି ପଠନ ସହ ଗୀତ, ନୃତ୍ୟ, ଅଭିନୟର ବିଭିନ୍ନ ଅଂଶ, ବାଦ୍ୟର ଉପଯୋଗିତା, ପୋଷାକ ପରିପାଟୀ ବିଷୟରେ ଅଂଶଗ୍ରହଣ କରି ଗଣ ଶିକ୍ଷା ପାଇବେ । ଲୋକକଳା ବିଷୟରେ ସମ୍ୟକ ଧାରଣା ଦେବା ପାଇଁ ଗବେଷକ ସୁରେନ୍ଦ୍ର ସାହୁ ଓ ରମେଶ ଗୁର୍ଲ୍ଲା ଯୋଗଦେଇ ଗଣ୍ଡା ବଜା ଓ ଗଣ୍ଡା ସମାଜର ସାମାଜିକ ରୀତି ବିଷୟରେ ଆଲୋଚନା କରିବେ । କର୍ମଶାଳାର ଶେଷ ଦିନରେ ନାଟକ ଜାଏତ ଭିନ୍ ଭିନ ମୁନୁଷ ଏକ ପରିବେଷତ ହୋଇ ପୁଣି ତର୍ଜମା କରାଯିବ ବୋଲି ଦଳ ମୁଖ୍ୟ କୁଳମଣି ପଶୟତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

1 + 2 =