csstore

ଆଧ୍ୟାତ୍ମିକ କବିତା ଆସର

ଡେଲାଙ୍ଗ/ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁରର ପ୍ରସିଦ୍ଧ ସୋମନାଥଙ୍କର ମେଲଣ ପଡିଆର ସୂଚନା କେନ୍ଦ୍ର ମଂଚରେ ଅନୁଷ୍ଠିତ ହୋଇଯାଇଛି ମନୋରମ ଆଧ୍ୟାତ୍ମିକ କବିତା ଆସର । ନିମାଇଁ ସାହିତ୍ୟ ସଂସଦର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ଆବାହନରେ ବିଭିନ୍ନ ଜାଗାରୁ ଅନେକ କବି ଲେଖକ ଏକତ୍ରିତ ହୋଇ ସ୍ୱରଚିତ ଆଧ୍ୟାତ୍ମିକ କବିତା ଆବୃତି କରିଥିଲେ । ସ୍ୱାମୀ ନରେନ୍ଦ୍ରାନନ୍ଦ ନାଥ ଦାସ ଉଦ୍‌ଘାଟନ କରିବା ପରେ ଅନେକ ଜାଗାର ୫୦ ଜଣରୁ ଅଧିକ କବି କବୟିତ୍ରୀମାନେ ଏକତ୍ରିତ ହୋଇ ଆଧ୍ୟାତ୍ମିକ କବିତା ଆସର କରିଥିଲେ । ସାଗର ଭଳି ଜନ ସମୁଦ୍ର ଭିତରେ ଆୟୋଜିତ ସାରସ୍ୱତ କବିତା ଆସର ବେଶ୍‌ ମନମୁଗ୍ଧ କରିଥିଲା । ଦିଲ୍ଲିପ ଧାଉଡିଆ, ନିଳାଦ୍ରୀ ଜଗଦେବ, ବିଜୟ କୁମାର ପଟ୍ଟନାୟକ, ଦାଶରଥି ମହାନ୍ତି, ବିଶ୍ୱ ରଂଜନ ମହାନ୍ତି, ସତ୍ୟମ୍‌ଜିତ ଧାଉଡିଆ, ରମେଶ ପଲେଇ, ରୋହିତ ଚମ୍ପତି, କିଶୋର ଜେନା, ଦ୍ୱିତୀକୃଷ୍ଣ ମହାନ୍ତି, ଗବା ନଳିନୀ ପ୍ରଭା ପଟ୍ଟନାୟକ ଆଦି କବିମାନେ କବିତା ଆବୃତି କରିଥିଲେ । ସୂଚନା କେନ୍ଦ୍ର ମଂଚର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.