ପୋଖରୀରେ ଫସିଲା ହାତୀ, ୫ ଘଣ୍ଟା ପରେ ହେଲା ଉଦ୍ଧାର

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ରବିବାର ବିଳମ୍ବିତ ରାତିରେ ଏକ ହାତୀପଲ ବିଶ୍ୱନାଥପୁର ରେଞ୍ଜ ଅଧୀନ କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆପଡାକୁ ଆସିଥିବା ବେଳେ ଏକ ହାତୀ ଗାଁ ପୋଖରୀରେ ଫସି ଯାଇଥିଲା । ସୋମବାର ସକାଳୁ ଗାଁ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ପୋଖରୀରେ ହାତୀ ଫସି ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀ ବିଶ୍ବନାଥପୁର ରେଞ୍ଜର ନରୋତ୍ତମ ମାଝିଙ୍କୁ ଖବର ଦେଇଥିଲେ । ଖବର ପାଇ ରେଞ୍ଜର ମାଝିଙ୍କ ସହ ବନବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ହାତୀକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ହାତୀଟି ଜଙ୍ଗଲ ଭିତରକୁ ଚାଲି ଯାଇଥିବା ରେଞ୍ଜର ଶ୍ରୀ ମାଝି କହିଛନ୍ତି ।

Leave A Reply

Your email address will not be published.

18 − eighteen =