om academy

ବାଣ ଦୋକାନରେ ବିସ୍ଫୋରଣ : ୪ ଗୁରୁତର

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ବଡସୁଆଁଳ ଗାଁରେ ଏକ ବାଣ ଦୋକାନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଫଳରେ ଏଥିରେ ଜଣେ ନାବାଳକ ସମେତ ୪ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସେମାନେ ହେଲେ ବଡସୁଆଁଳ ଗାଁର ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ, ପ୍ରତିକ ନାୟକ(୯) ଏବଂ ଅନ୍ୱେଶା ପାଲ(୧୧) । ସେମାନଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

Leave A Reply

Your email address will not be published.

four × three =