ଜୁଆ ଆଡ୍ଡାରେ ପୋଲିସର ଚଢାଉ : ୭ ମହିଳାଙ୍କ ସହ ୨୯ ଗିରଫ, ୫୮ ଲକ୍ଷ ଜବତ

ନୂଆଦିଲ୍ଲୀ : ନୂଆଦିଲ୍ଲୀ କ୍ଲବ ରୋଡ ପଞ୍ଜାବୀବାଗ ସ୍ଥିତ ଏକ ହୋଟେଲରେ ଜୁଆ ଖେଳ ଚାଲିଥିବା ବେଳେ ଦିଲ୍ଲୀ ପୋଲିସ ଚଢାଉ କରି ୭ ଜଣ ମହିଳାଙ୍କ ସମେତ ୨୯ ଜଣଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କଠାରୁ ୫୮.୫୭ ଲକ୍ଷ ଟଙ୍କା ସହ ୧୦ ସେଟ୍‌ ତାସ୍‌କାର୍ଡ ଜବତ କରିଛି । ଡିସିପି ଘନଶ୍ୟାମ ବଂଶଲ କହିଛନ୍ତି, ଦୀପାବଳି ଅବସରରେ ଜୁଆ ଖେଳ ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏନେଇ ପୋଲିସର ଏକ ଟିମ୍‌ ହୋଟେଲରେ ଚଢାଉ କରିଥିଲା । ଚଢାଉ ବେଳେ ଅଧିକାରୀମାନେ ହୋଟେଲର ପ୍ରଥମ ମହଲାରେ ଜୁଆଖେଳ ହେବା ସହ ଭୋଜିଭାତର ଆସର ଜମିଥିବା ଦେଖିବାକୁ ପାଇଥିଲେ । ଏପରିକି ପୋଲିସ କର୍ମଚାରୀଙ୍କୁ ଦେଖି ଜୁଆଡି ତାସ କାର୍ଡ ଫିଙ୍ଗି ଠିଆ ହୋଇଯାଇଥିଲେ । ହେଲେ ପୋଲିସ ଅଧିକାରୀମାନେ ଜୁଆ ଖେଳରେ ସମ୍ପୃକ୍ତ ୭ ମହିଳାଙ୍କ ସମେତ ୨୯ ଜଣଙ୍କୁ ଗିରିଫ କରିଥିଲା ।

Leave A Reply

Your email address will not be published.

13 + 4 =