ଦେଶୀ ମଦ ସହ ବୋଲେରୋ ଜବତ : ମଦ ବେପାରୀ ଗିରଫ

ଭଦ୍ରକ : ଦେଶୀ ମଦ ବୋଝେଇ ବୋଲେରୋ ଜବତ ହେବା ସହ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ଏଭଳି ଘଟଣା ନଜରକୁ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବାରିକପୁର ବଜାର ଅଞ୍ଚଳରୁ । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ନେତୃତ୍ୱରେ ଏସ୍‌ଆଇ ବ୍ରଜମୋହନ ମଲ୍ଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ପେଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ବାଲେଶ୍ୱର ଆଡ଼ୁ ଆସୁଥିବା ଗୋଟିଏ ବୋଲେରୋକୁ ଅଟକାଇଥିଲା ଅବକାରୀ ବିଭାଗ । ଯାଞ୍ଚ ବେଳେ ଗାଡି ମଧ୍ୟରୁ ୧୨୦୦ ଲିଟର ଦେଶୀ ମଦ ଜବତ ହୋଇଥିଲା । ଏହାସହ ଚୋରାଚାଲାଣ କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ଗ୍ରାମର ଅମରେନ୍ଦ୍ର ଖିଲ୍ଲାର ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.

2 × three =