ଟ୍ରକକୁ ପିଟିଲା ଦୃତଗାମୀ ଆମ୍ବୁଲାନ୍ସ : ୩ ମୃତ, ୧ ଗୁରୁତର

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପିଟିଲା ଦୃତଗାମୀ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବଡ଼ଚଣା ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ରୋଗୀଙ୍କ ସହ ଆମ୍ବୁଲାନ୍ସ ଚାଳକ ଓ ସହକର୍ମୀଙ୍କ ରହିଛନ୍ତି । ଗୁରୁତର ଜଣ ରୋଗୀଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ଟ୍ରକ୍ ଓ ଆମ୍ବୁଲାନ୍ସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାଯେର ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଆମ୍ବୁଲାନ୍ସ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ନେଇ ମେଡିକାଲ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ବଡଚଣା ନିକଟରେ ଏକ ଟ୍ରକ୍ ପଛକୁ ଧକ୍କା ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଆମ୍ବୁଲାନ୍ସର ଅଗ୍ରଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଆମ୍ବୁଲାନ୍ସ ଡ୍ରାଇଭର ଓ ସହକର୍ମୀଙ୍କ ଆଗଭାଗରେ ଚାପି ହୋଇ ଜୀବନ ଚାଲିଯାଇଥିବା ବେଳେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଥିଲା । ରୋଗୀଙ୍କ ସମ୍ପର୍କୀୟ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳ​‌ରେ ବଡ଼ଚଣା ପୋଲିସ ଓ ଅଗ୍ନିଶମ ବାହୀନି ପହଞ୍ଚି ଆମ୍ବୁଲାନ୍ସ ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲରେ ଭର୍ତ୍ତି କରିଥିଲେ । ରୋଗୀଙ୍କ ସମ୍ପର୍କୀୟ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ଜଣାପଡିଛି । ବଡ଼ଚଣା ପୋଲିସ ଗାଡ଼ି ୨ଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

twelve + 8 =