ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଜଗନ୍ନାଥପୁର ଗ୍ରାମରେ ଗୌରାଙ୍ଗ ପୃଷ୍ଟିଙ୍କ ହିରୋ ବାଇକକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ଜଗନ୍ନାଥପୁର ଗ୍ରାମର ଗୌରାଙ୍ଗଙ୍କ ଶଳାଙ୍କ ସହିତ ପଦ୍ମପୁର ଗ୍ରାମର ମଣ୍ଟୁ ଭୂୟାଁଙ୍କ ସହ ପୂର୍ବରୁ ଶତ୍ରୁତା ଥିଲା । ଏହାକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଗୌରାଙ୍ଗଙ୍କ ବାଇକ୍‌ରେ ନିଆଁ ଲଗାଇଦେଇଛନ୍ତି । ତେବେ ଏହି ସମୟରେ ଗୌରାଙ୍ଗ ଦୁଇ ଜଣଙ୍କୁ ପିଛା କରିଥିଲେ ମଧ୍ୟ ସେମାନେ ଫେରାର୍ ହୋଇଯାଇଥିଲେ । ଘଟଣାସ୍ଥଳରେ ନୀଳଗିରି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଗୌରାଙ୍ଗ ଜଣେ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ତୁରନ୍ତ ପୋଲିସ ପକ୍ଷରୁ ତଦନ୍ତ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.

12 + five =