କୂଅରେ ନିଜ ୩ଟି ସନ୍ତାନକୁ ଫିଙ୍ଗିଦେଲା ମଦ୍ୟପ ବାପା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଡେଙ୍ଗୁଳା ପଞ୍ଚାୟତ କୁଲାମୁଣ୍ଡା ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ମଦ୍ୟପ ବାପା ତାର ୩ ସନ୍ତାନଙ୍କୁ କୂଅକୁ ଟେକି ଫିଙ୍ଗି ଦେଇଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ସୂଚନାନୁଯାୟୀ, କୋଇଡା ଥାନା ଅନ୍ତର୍ଗତ ଡେଙ୍ଗୁଳା ପଞ୍ଚାୟତ କୁଲା ମୁଣ୍ଡା ସାହିରେ ଗତକାଲି ରାତିରେ ପାଣ୍ଡୁ ମୁଣ୍ଡା ମଦ ପିଇ ଘରକୁ ଫେରିବା ପରେ ନିଜ ସ୍ତ୍ରୀ ଧୁବଲି ମୁଣ୍ଡା ସହ କଳହ କରିଥିଲେ । ଏହାପରେ ଧୁବଲି ମୁଣ୍ଡାକୁ ମାରିବା ପାଇଁ ଟାଙ୍ଗିଆ ଉଠାଇଥିଲା । ହେଲେ ଜୀବନ ବିକଳରେ ସେ ଦୌଡି ପଳାଇଯିବାରୁ ପାଣ୍ଡୁ ନିଜର ତିନି ଶିଶୁ ସୀମା ମୁଣ୍ଡା (୦୫ ) ରାଜୁ ମୁଣ୍ଡା (୨) ଓ ଦୁଇ ମାସର ଝିଅକୁ ମାରି କୁଅରେ ପକାଇଦେଇଛନ୍ତି । ଖବର ପାଇ ଆଜି ସକାଳୁ ଅଗ୍ନିଶମବାହିନୀ କୂଅରୁ ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି । ସେପଟେ ଏଭଳି ଅମାନୁଷିକ ଘଟଣା ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ମାରିଛି ମଦ୍ୟପ ବାପା । କୋଇଡ଼ା ଥାନା ପୋଲିସ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Leave A Reply

Your email address will not be published.

four × 1 =