pakka

ଓଲଟିଲା ପିକଅପ୍ ଭ୍ୟାନ୍ : ୧ ମୃତ ୪ ଗୁରୁତର

bbehera

କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ସିନ୍ଦେଇ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନାନୁଯାୟୀ, ମାଳିପୁଟ ପଞ୍ଚାୟତର ସିନ୍ଦେଇ ଗ୍ରାମରୁ ୫ ଜଣ ଶ୍ରମିକ ଏକ ବୋଲରୋ ପିକଅପ୍ ଗାଡିରେ ବିଲ କାମ କରିବାକୁ ଯାଉଥିବା ବେଳେ ପିକଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ସିନ୍ଦେଇ ଘାଟିରେ ଓଲଟି ପଡ଼ିଥିଲା । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

2 × two =

error: Content is protected !!