pakka

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁ ପୂର୍ଣ୍ଣିମା ପାଳିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଗୁରୁ ଶିଷ୍ୟ ପରମ୍ପରା ଦୃଷ୍ଟିରୁ ଏହି ଉତ୍ସବରେ ଶିଷ୍ୟ ମାନେ ଗୁରୁ ପୂଜନ କରି ଆଶିଷ ଭିକ୍ଷା କରିଥିଲେ । ଏହି ଅବସରରେ ବରଗଡ଼ ଖଜୁରଟିକ୍ରା ବଳରାମ ଦେବ କ୍ଲବ ପରିସରରେ ବରଗଡ଼ ଜିଲ୍ଲା ସଂକୀର୍ତ୍ତନ ପରିଷଦ ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଥିଲା । ପରିଷଦର ଶଙ୍କର ପଟ୍ଟନାୟକ, ଗୋପାଳ ଦାସ, ନେହେରୁ ସରାଫ, ଗୋପାଳ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ସେହିପରି ଜଗତ ଗୁରୁ ଶଙ୍କରାଚାର୍ୟ୍ୟ ଗୋବର୍ଦ୍ଧନ ମଠ ପୀଠାଧିଶ୍ଵରଙ୍କ ଦ୍ବାରା ପ୍ରତିଷ୍ଠିତ ଆନନ୍ଦ ବାହିନୀ ଏବଂ ଆଦିତ୍ୟ ବାହିନୀ ପକ୍ଷରୁ ମଧ୍ୟ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଥିଲା । ବିଜୟ ମିଶ୍ର, ଅମରେନ୍ଦ୍ର ନାରାୟଣ ଯାଦବ, ହରିହର ଦାସଙ୍କ ତତ୍ବାବଧାନରେ ଗୁରୁ ପୂଜନ, ମହା ଆଳତି କରାଯାଇଥିଲା ।

jay balangir
Leave A Reply

Your email address will not be published.

two × 1 =

error: Content is protected !!