ଟିକ୍ରାପଡା, (କେପିଏନ୍ଏସ୍) : ସଇଁତଲା ବ୍ଲକ ଟିକ୍ରାପଡା ପଞ୍ଚାୟତରେ କୋରମ ଅଭାବରୁ ଶୁକ୍ରବାର ଗ୍ରାମସଭା ହୋଇପାରି ନଥିଲା । ଏହି ପଞ୍ଚାୟତର ଲୋକସଂଖ୍ୟା ୫ ହଜାରରୁ ଅଧିକ ହୋଇଥିଲେ ମଧ୍ୟ କେବଳ ୨୦ରୁ ୩୦ ଜଣ ଲୋକ ଉପସ୍ଥିତ ଥିଲେ । ସେହିପରି କୌଣସି ଅଙ୍ଗନୱାଡି, ଆଶା, ସ୍ୱାସ୍ଥ୍ୟ କର୍ମୀଙ୍କୁ ସୂଚନା ଦିଆଯାଇନଥିଲା । ଏଣୁ ସେମାନେ ଆସି ନଥିଲେ । ଏଣୁ ପଞ୍ଚାୟତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।
Prev Post