pakka

୧୬୦ ଲିଟର ମଦ ଜବତ : ୭ ଗିରଫ

bbehera

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିନୋଟି ସ୍ଥାନରେ ଚଢାଉ କରାଯାଇଛି । ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ୭ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୬୦ ଲିଟର ମଦ ଜବତ ହୋଇଛି । ଜିଲ୍ଲା ଅବକାରୀ ବିଭାଗ ସୁପ୍ରିଟେଣ୍ଡେଣ୍ଟ ଅରୁଣ କୁମାର ପାଢୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଥାନା ଅଧିକାରୀ ଗଙ୍ଗାଧର ମହାରଣା, ଏଏସ୍‌ଆଇ ଦିନେଶ କୁମାର, କନେଷ୍ଟଲବଲ କାହ୍ନୁଚରଣ ମଲିକ, ପଣ୍ଡା ନାଗେଶ, ଜୁଲି ସା, ସରିତା ନାଇକ ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀମାନେ ଆଜି ସକାଳେ ମାଲକାନଗିରି ଥାନା ଅଞ୍ଚଳରେ ଚଢଉ କରିଥିଲେ ।

ଜିଲ୍ଲା ସଦର ମହକୁମାସ୍ଥ ତଳସାହି, ବଣ୍ଡାବାକୁଲିଗୁଡା, ତଣ୍ଡାପାଲି ଗ୍ରାମରେ ଚଢଉ କରି ଏହି ତିନୋଟି ସ୍ଥାନରୁ ୧୬୦ ଲିଟର ବେଆଇନ ଦେଶୀମଦ ସହିତ ମଦ ରନ୍ଧା ସାମଗ୍ରୀ ଜବତ କରିଛନ୍ତି । ଏହି ମଦ ବିକ୍ରି କରିବା ଅଭିଯୋଗରେ ୫ଜଣ ମହିଳା ଓ ୨ଜଣ ପୁରୁଷଙ୍କୁ ଗିରଫ କରିଛନ୍ତି । ଚୋରାରେ ଦେଶୀ ମଦ ରାନ୍ଧିବା ଓ ବିକ୍ରି କରିବା ଅଭିଯୋଗରେ ରାମ ଚନ୍ଦ୍ର ନାୟକ, ରତନ ବୈରାଗୀ, ଲକ୍ଷ୍ମୀ ଭୂମିୟା, ସ୍ନେହଲତା ପାଙ୍ଗି, ହୀରା ମଣି ପାଣିଗ୍ରାହୀ, ବିମଳା ଭୂମିୟା, ଲକ୍ଷ୍ମୀ ବାଗଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.

20 + 17 =