pakka

ଗଳ୍ପ : ଧକ୍କା

  • ଜିନାତମାମ ଦର୍ଜୀ

ଗଛ କରତି କରତି ଜୀବନ ପଛେ କରତି ହେଇଯାଏ, ହେଲେ ଏ ବଢ଼େଇ କାମରେ ୟାଠୁ ଅଧିକ କିଛି ହେଇ ପାରେନା ?ନିଜ ଭିଟାମାଟିର ଏ ଗୋଟିଏ ବଖରା ଚାଳ ଘରକୁ ଯାହା ସିମେଣ୍ଟ କରି ପାରିଛନ୍ତି ନିଜ ଜୀବନ କାଳରେ । କିଛି ଜଣ ବଡ଼ ବଡ଼ ଅଫିସରଙ୍କ ଘର ଓ ଅଫିସ ତିଆରି ବେଳେ କୋଠା ଗୁଡିକର ସମଗ୍ର କାଠକାମ କରିବାର ସୁଯୋଗ ମିଳିଥିଲା ବୋଲି ପୁଅ କୁ କିଛି ଦୂର ପଢ଼େଇ ପାରିଲେ ଚତୁର୍ଭୁଜ । ପୁଅ କେବଲ ଭଲ ପଢୁଥିଲା ବୋଲି ସରକାରଙ୍କଠୁ ସ୍କୋଲାରସିପ୍‌ ପାଇ ଆଗକୁ ଖୁବ ପାଠ ପଢି ପାରିଲା ସିନା, ନହେଲେ ବାପା ସହ କାଠ କରତିବା ହିଁ ସାର ହୋଇଥାନ୍ତା । ଏବେ ସେ ଭିଲେଇରେ ବଡ଼ ପଦବୀରେ କାମ କରେ ।

ଚତୁର୍ଭୁଜ ମରିବାର ସାତ ଦିନ ହେଲାଣି କେଶବ ଏଯାଏଁ ଆସିନି । ଚତୁର୍ଭୁଜଙ୍କ ଭାଇ-ପୁତୁରା ସବୁ କଥା ବାର୍ତ୍ତା ହଉଥିଲେ ଆଜି ସପ୍ତମ ଦିନ ବି ସରିଲା କେଶବ କିନ୍ତୁ ଆସିଲାନି । ସେ ଆସିବନି ସମସ୍ତେ ଜାଣିଛନ୍ତି କେବଳ ଯାହା ଦଶାହ, କାର୍ଯ୍ୟ ଯାଏଁ ଅପେକ୍ଷା କରିବା କଥା । ହୁଏତ ସେ ଆସିଯିବ କି ୟା’ ଭିତରେ ବୋଲି, ସମସ୍ତଙ୍କ ମନରେ ଶଙ୍କା । ସେ ନ ଆସିଲେ ସେଇ ଏକ ବଖୁରା ଘରଟା ତାଙ୍କୁ ମିଳିଯିବ ସେଇ ଲୋଭରେ ସମସ୍ତେ । ସବୁଦିନ ସନ୍ଧ୍ୟା ବେଳେ ସବୁ ଭାଇ ନିଜ ନିଜ ସ୍ତ୍ରୀ ମାନଙ୍କ ସହ ସେଇ ଉପରେ କଥା ବାର୍ତ୍ତା ହୁଅନ୍ତି । କେଶବ ବଡ଼ ହାକିମ ହେଇଛି ସେ କାହିଁକି ଆଉ ତୁଚ୍ଛା ବଖରାଏ ଘର ପାଇଁ ଆସିବ? ସେଠି କାଳେ ସିଏ ଏପାର୍ଯମେଣ୍ଟ କିଣିଛି ଏ ତୁଚ୍ଛା ବଖରାଏ ଘର ତାର କ’ଣ ହେବ? ଯିଏ ବାପା ର ଅନ୍ତିମ ଦର୍ଶନ ପାଇଁ ଆସିଲାନି ସିଏ ଆଉ ତୁଚ୍ଛାକୁ କାଇଁ ଆସିବ!!! ଘର ଟା କିନ୍ତୁ ତୁମେ ପାଇବା ଦରକାର । ଅମୁକ ଭାଇ ଔଷଧ କିଣି ଆଣୁଥିଲେ ଯେ କ’ଣ ହେବ ଡାକ୍ତରଖାନା ତ ତମେ ନେଉଥିଲ ।
ପୁଣି ଜଣକ ସ୍ତ୍ରୀ କହିବ, ସେ ଡାକ୍ତରଖାନା ନେଲେ କ’ଣ ହେବ ଶେଷ ସମୟରେ ତ ତୁମେ ସେବା ଯତ୍ନ କରିଛ । ତୁମେ ପାଇବାକୁ ହକଦାର ।

ଶୁଦ୍ଧି କ୍ରିୟା ବି ସରିଗଲା, ତେର ଦିନ ବି, କେଶବ କିନ୍ତୁ ଆସିଲାନି । ଆସିଲେ ଚତୁର୍ଭୁଜଙ୍କ ଓକିଲ କହିଗଲେ- ମରିବା ଆଗରୁ ମଉସା ତାଙ୍କ ବଖରାଏ ଘରର ଦଲିଲ କରିଦେଇ ଯାଇଛନ୍ତି । ଯଦି ତାଙ୍କ ଶୁଦ୍ଧି କ୍ରିୟାରେ କେଶବ ନ ଉପସ୍ଥିତ ରହେ ତାହେଲେ ତାଙ୍କ ବଖୁରେ ଘର ଗାଁ ମନ୍ଦିର ଟ୍ରଷ୍ଟ କୁ ଚାଲିଯିବ ।

ସବୁ ଭାଇ-ପୁତୁରା ଏକ ଧକ୍କା ଖାଇ ନିରବରେ ଆଶା ଧୂଳିସାତ ହେବାର ଦୁଃଖ ପାଳିଲେ ।

Leave A Reply

Your email address will not be published.

11 + fourteen =